ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଜମ୍ମୁ-କଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା।

 IndiaToday

ଶ୍ରୀନଗର: ଜମ୍ମୁ-କଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ​​ତାଙ୍କ ନେସ୍‌ନାଲ୍‌ କନ୍‌ଫରେନ୍ସ ଦଳ ବିଜୟ ଲାଭ କରିଥିବା ବ‌େଳେ ସେ ଆଜି ଶପଥ ନେଇଛନ୍ତି।

ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଇଣ୍ଡିଆ ବ୍ଲକ୍‌ର ଅନେକ ନେତା ଉପସ୍ଥିତ ରହିଥିଲେ। ଓମାର୍‌ ଅବ୍‌ଦୁଲାଙ୍କ ସହ ୫ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୫ ଜଣଙ୍କ ମଧ୍ୟରେ ଜଣେ ସ୍ବାଧୀନ ବିଧାୟକ ବି ଅଛନ୍ତି। ତାଙ୍କ ନାଁ ହେଉଛି ଶତୀଶ ଶର୍ମା।

ନେସ୍‌ନାଲ୍‌ କନ୍‌ଫରେନ୍ସ (ଏନସି) ଆଜି ଶ୍ରୀନଗରରେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ନେତାମାନଙ୍କୁ ଆମନ୍ତ୍ରଣ କରିଥିଲା। 

ଏହି ଶପଥ ଗ୍ରହଣ ସମାରୋହକୁ ଇଣ୍ଡିଆ ବ୍ଲକର ପ୍ରମୁଖ ନେତା ରାହୁଲ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ,  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ନିମନ୍ତ୍ରଣ ରହିଥିଲା। ଏନସିପି ସଭାପତି ଶରଦ ପାୱାର, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଆରଜେଡିର ଲାଲୁ ପ୍ରସାଦ ଯାଦବ ଏବଂ ଡିଏମକେର ଏମ କେ ଷ୍ଟାଲିନଙ୍କ ବ୍ୟତୀତ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଶିବସେନାର ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପିଡିପିର ମେହବୁବା ମୁଫତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆପର ଅରବିନ୍ଦ କେଜ୍ରିୱାଲଙ୍କ ନାମ ବି ରହିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe