ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା: ସରକାରରେ ରହିଲାନି କଂଗ୍ରେସ

Advertisment

ଏନ୍‌ସି (ନ୍ୟାସନାଲ କନ୍‌ଫରେନ୍ସ) ନେତା ଓମାର ଅବଦୁଲ୍ଲା ବୁଧବାର ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦୀର୍ଘ ୬ ବର୍ଷ ପରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ପ୍ରଥମ ନିର୍ବାଚିତ ସରକାର ମିଳିଛି।

ଏନ୍‌ସି (ନ୍ୟାସନାଲ କନ୍‌ଫରେନ୍ସ) ନେତା ଓମାର ଅବଦୁଲ୍ଲା ବୁଧବାର ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦୀର୍ଘ ୬ ବର୍ଷ ପରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ପ୍ରଥମ ନିର୍ବାଚିତ ସରକାର ମିଳିଛି।

hfhfkfhkhkf

ଶ୍ରୀନଗର: ଏନ୍‌ସି (ନ୍ୟାସନାଲ କନ୍‌ଫରେନ୍ସ) ନେତା ଓମାର ଅବଦୁଲ୍ଲା ବୁଧବାର ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦୀର୍ଘ ୬ ବର୍ଷ ପରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ପ୍ରଥମ ନିର୍ବାଚିତ ସରକାର ମିଳିଛି। ଏନ୍‌ସି ବିଧାୟକ ସୁରିନ୍ଦର ସିଂହ ଚୌଧାରୀ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ନୂଆ ସରକାରରେ ଜମ୍ମୁକୁ ପ୍ରତିନିଧିତ୍ବ କରୁଛନ୍ତି। ପ୍ରସିଦ୍ଧ   ଶେର୍‌-ଏ-କଶ୍ମୀର ଅନ୍ତର୍ଜାତୀୟ କନ୍‌ଫରେନ୍ସ ସେଣ୍ଟର (ଏସ୍‌କେଆଇସିସି)ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ଉପରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲା ଏବଂ ଅନ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି। ଓମାର୍‌ଙ୍କ ସହ ଆଜି ଆଉ ୫ ଜଣ ବିଧାୟକ ତଥା ସତୀଶ ଶର୍ମା (ସ୍ବାଧୀନ), ସକିନା ଇତୁ, ଜାଭିଦ ଦାର, ସୁରିନ୍ଦର ସିଂହ ଚୌଧାରୀ ଏବଂ ଜାବିଦ ରାଣା ଶପଥ ନେଇଛନ୍ତି।  ସମସ୍ତ ନେତା ଏନ୍‌ସି ଦଳର। ୪ଟି କ୍ୟାବିନେଟ୍‌ ପଦ ଖାଲି ପଡ଼ିଛି। ପରେ କ୍ୟାବିନେଟ୍‌ ସମ୍ପ୍ରସାରଣ ହେବାପରେ ଏହା ପୂରଣ ହେବ।

ସୁରିନ୍ଦର ସିଂହ ଚୌଧାରୀ ଉପମୁଖ୍ୟମନ୍ତ୍ରୀ
ସରକାରରେ ରହିଲାନି କଂଗ୍ରେସ

ଶପଥ ଗ୍ରହଣ ଉତ୍ସବରେ ଇଣ୍ଡି ମେଣ୍ଟର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ,  ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଡିଏମ୍‌କେ ନେତ୍ରୀ କାନିମୋଝି ଏବଂ ଏନ୍‌ସିପି (ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।   ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ମଧ୍ୟ ଶପଥ ଗ୍ରହଣ ଉତ୍ସବ‌ରେ ଉପସ୍ଥିତ ଥିଲେ। 

ଉଲ୍ଲେଖଯୋଗ୍ୟ,  ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଏନ୍‌ସି ସହ ମେଣ୍ଟ କରିଥିବା କଂଗ୍ରେସ ନୂଆ ସରକାରରେ ସାମିଲ ହୋଇନାହିଁ।  ନୂଆ ସରକାରରେ କଂଗ୍ରେସକୁ  ମାତ୍ର ଗୋଟିଏ ମନ୍ତ୍ରୀ ପଦ ଦିଆଯିବାରୁ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ସରକାର ବାହାରେ ରହି କଂଗ୍ରେସ ସମର୍ଥନ ପ୍ରଦାନ କରିବ ବୋଲି କହିଛି।  ମୁଖ୍ୟମନ୍ତ୍ରୀ ଭାବେ ଏହା ଓମାର ଅବଦୁଲ୍ଲାଙ୍କର ଦ୍ବିତୀୟ କାର୍ଯ୍ୟକାଳ। ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପ‌ରେ ସେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରର ‌ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  ଆଜି ଶପଥ ନେବା ପୂର୍ବରୁ ଓମାର ଏନ୍‌ସି ଦଳର ପ୍ରତିଷ୍ଠାତା ତଥା  ତାଙ୍କ ଜେଜେବାପା ଶେଖ୍‌ ଅବଦୁଲ୍ଲାଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe