ଓମିକ୍ରନ୍ ବିଏ.୨ ଉପପ୍ରଜାତି ଅନ୍ୟ ଏକ କରୋନା ଲହର ଆଣିବ ନାହିଁ: ରିପୋର୍ଟ

ଓମିକ୍ରନ୍ ବିଏ.୨ ଉପପ୍ରଜାତି ଅନ୍ୟ ଏକ କରୋନା ଲହର ଆଣିବ ନାହିଁ: ରିପୋର୍ଟ

www.business-standard.com

ନୂଆଦିଲ୍ଲୀ: ଭାରତରେ ଅଧିକ ସଂଖ୍ୟକ ଓମିକ୍ରନର ଉପପ୍ରଜାତି ବିଏ.୨ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏଥିରେ ଚିନ୍ତା କରିବାର‌ କୌଣସି କାରଣ ନାହିଁ। ବିଏ.୨ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିଲେ ବି ଏହା ସଂକ୍ରମଣ ସଂଖ୍ୟା ବଢ଼ାଇବ ନାହିଁ ବା ଆଉ ଏକ ଲହର ଆଣିବ ନାହିଁ ବୋଲି କହିଛନ୍ତି ନ୍ୟାସନାଲ ଆଇଏମଏ କୋଭିଡ ଟାସ୍କ ଫୋର୍ସର ସହ-ଅଧ୍ୟକ୍ଷ ଡା. ରାଜୀବ ଜୟଦେବନ।

ସେ କହିଛନ୍ତି ଯେ, ବିଏ.୨ ହେଉଛି ଓମିକ୍ରନ୍ ଭାରିଆଣ୍ଟର ଏକ ଉପପ୍ରଜାତି। ବିଏ.୧ ଦ୍ବାରା ସଂକ୍ରମିତ ହୋଇଥିବା ଲୋକେ ବିଏ.୨ ଦ୍ବାରା ସଂକ୍ରମିତ ହେବେ ନାହିଁ। ସେଥିପାଇଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ନାହିଁ। ଏହା ଏକ ନୂଆ ଭୂତାଣୁ କିମ୍ବା ଭାରିଆଣ୍ଟ ନୁହେଁ। ବିଏ.୨ ହେଉଛି ଓମିକ୍ରନର ଏକ ଉପପ୍ରଜାତି। ବିଏ.୧ ଅପେକ୍ଷା ବିଏ.୨ ଟିକିଏ ଅଧିକ ସଂକ୍ରାମକ। ହେଲେ ଏହା ଦ୍ବାରା କେହି ମୃତ୍ୟୁମୁଖରେ ପଡ଼ିବେ ନାହିଁ।

ଏହା ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ କହିଥିଲେ ଯେ, ସମ୍ପ୍ରତି କୌଣସି ଦେଶ ସାଲିସ କରିବା କିମ୍ବା ବିଜୟୀ ବୋଲି ଘୋଷଣା କରିବା ସମୟ ଆସିନାହିଁ। ଏହି ଭୂତାଣୁ ବିପଜ୍ଜନକ। ଆମ ଆଖି ଆଗରେ ପରିବର୍ତ୍ତିତ ହୋଇଚାଲିଛି। ‘ବିଏ.୨’ ସମେତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବେ ଓମିକ୍ରନ୍‌ ଭେରିଏଣ୍ଟ୍‌ର ୪ଟି ଉପପ୍ରଜାତି ଉପରେ ଦୃଷ୍ଟି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe