‘ଡେଲ୍‌ଟା’ଠାରୁ ‘ଓମିକ୍ରନ୍‌’ ନିଶ୍ଚୟ ଅଧିକ ମାରାତ୍ମକ ନୁହେଁ: ଆନ୍ଥୋନି ଫାଉଚି

Advertisment
‘ଡେଲ୍‌ଟା’ଠାରୁ ‘ଓମିକ୍ରନ୍‌’ ନିଶ୍ଚୟ ଅଧିକ ମାରାତ୍ମକ ନୁହେଁ: ଆନ୍ଥୋନି ଫାଉଚି

Image Courtesy of The Times of Israel

ୱାସିଂଟନ୍‌: କରୋନାଭାଇରସ୍‌ର ‘ଡେଲ୍‌ଟା ଭେରିଏଣ୍ଟ୍‌’ଠାରୁ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ନିଶ୍ଚୟ ଅଧିକ ମାରାତ୍ମକ ନୁହେଁ ବୋଲି ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆଲର୍ଜି ଆଣ୍ଡ୍‌ ଇନ୍‌ଫେକ୍ସିୟସ୍‌ ଡିଜିଜେସ୍‌’ର ନିର୍ଦେଶକ ଡାକ୍ତର ଆନ୍ଥୋନି ଫାଉଚି କହିଛନ୍ତି।

ମଙ୍ଗଳବାର ଦିନ ଡାକ୍ତର ଫାଉଚି କହିଛନ୍ତି, ଯଦି ସଂକ୍ରମଣ କଥା ପ୍ରତି ଦୃଷ୍ଟି ଦିଆଯାଏ, ଅନ୍ୟାନ୍ୟ ଭେରିଏଣ୍ଟ୍‌ ଅପେକ୍ଷା ‘ଓମିକ୍ରନ୍ ଭେରିଏଣ୍ଟ୍‌’ର ପ୍ରଭାବଶୂନ୍ୟତା ଅଧିକ ବୋଲି ସୂକ୍ଷ୍ମତିସୂକ୍ଷ୍ମସ୍ତରରେ ଆମେ ପ୍ରମାଣ ପାଇ ପାରିବା।

ସେ ଆହୁରି ମଧ୍ୟ କହିଛନ୍ତି, ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ଦୈନିକ ‘ଓମିକ୍ରନ୍‌’ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, କେତେକ ପରିସ୍ଥିତିରେ ଏହା ‘ଡେଲ୍‌ଟା’କୁ ହଟାଇ ଦେବାର ସମ୍ଭାବନା ରହିଛି। କିନ୍ତୁ, ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସୃଷ୍ଟ ନିର୍ଦ୍ଦିଷ୍ଟ କୌଣସି ରୋଗର ଗମ୍ଭୀରତାକୁ ଏବେ ନିର୍ଦ୍ଧାରଣ କରିବା ଉଚିତ ହେବ ନାହିଁ।

publive-image Image Courtesy of New York Post

ଦକ୍ଷିଣ ଆଫ୍ରିକାର ତଥ୍ୟାବଳୀର ଦୃଷ୍ଟାନ୍ତ ଦେଇ ସେ କହି‌ଛନ୍ତି, ଯେତେ ସବୁ ସଂକ୍ରମଣ ମାମଲା ଦେଖାଯାଉଛି, ସେଥିରେ ଆମେ ରୋଗର ବିଶେଷ କିଛି ଗମ୍ଭୀରତା ଦେଖିବାକୁ ପାଉନାହୁଁ। ଦକ୍ଷିଣ ଆଫ୍ରିକାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ‘ବିଟା’ ଏବଂ ‘ଡେଲ୍‌ଟ୍‌’ ଭଳି କରୋନାଭାଇରସ୍‌ ଭେରିଏଣ୍ଟ୍‌ଦ୍ବାରା ପୂର୍ବରୁ ସଂକ୍ରମିତ ବ୍ୟକ୍ତିମାନଙ୍କୁ ‘ଓମିକ୍ରନ୍’ ଅନାୟାସରେ ପୁନଃସଂକ୍ରମିତ କରିବାର ସମ୍ଭାବନା ରହିଛି।

ଆଗାମୀ ସପ୍ତାହ ମଧ୍ୟରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସମ୍ବନ୍ଧରେ ସମଗ୍ର ବିଶ୍ବ ଅଧିକ କିଛି ଜାଣିପାରିବ ବୋଲି ମନେହୁଏ। ସଂକ୍ରମଣ ପରିମାଣ ବୃଦ୍ଧି ଯୋଗୁଁ ରୋଗର ସାଙ୍ଘାତିକତା ସଂକ୍ରାନ୍ତ ସବୁଠୁ ଅଧିକ ରିପୋର୍ଟ ଦକ୍ଷିଣ ଆଫ୍ରିକାରୁ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe