ଏକାଧିକ ମେଟ୍ରୋରେ ପ୍ରାଧାନ୍ୟ ବିସ୍ତାର କରିଥିବା ଓମିକ୍ରନ୍‌ ଦେଶରେ ଗୋଷ୍ଠୀ ସଂକ୍ରମଣ କରିବା ଅବସ୍ଥାରେ ରହିଛି: ‘ଇନ୍‌ସାକଗ୍’

ଏକାଧିକ ମେଟ୍ରୋରେ ପ୍ରାଧାନ୍ୟ ବିସ୍ତାର କରିଥିବା ଓମିକ୍ରନ୍‌ ଦେଶରେ ଗୋଷ୍ଠୀ ସଂକ୍ରମଣ କରିବା ଅବସ୍ଥାରେ ରହିଛି: ‘ଇନ୍‌ସାକଗ୍’

Image Courtesy of India Today

ନୂଆଦିଲ୍ଲୀ: ଭାରତରେ ‘କରୋନାଭାଇରସ୍‌ ଓମିକ୍ରନ୍‌ ଭେରିଏଣ୍ଟ୍‌’ ଗୋଷ୍ଠୀ ସଂକ୍ରମଣ କରିବା ଅବସ୍ଥାକୁ ଚାଲିଆସିଛି ଏବଂ ସଂକ୍ରମଣ ଦ୍ରୁତତର ହେଉଥିବାରୁ ଏକାଧିକ ମେଟ୍ରୋ ନଗରୀରେ (ଦିଲ୍ଲୀ ଓ ମୁମ୍ବାଇ) ପ୍ରାଧାନ୍ୟ ବିସ୍ତାର କରିଥିବା କଥା ସଦ୍ୟତମ ବୁଲେଟିନ୍‌ରେ ‘ଇନ୍‌ସାକଗ୍‌’ କହିଛି।

ଏହା ଆହୁରି ମଧ୍ୟ କହିଛି ଯେ, ‘ଓମିକ୍ରନ୍’ର ସଂକ୍ରମଣଶୀଳ ଉପ-ପ୍ରଜାତି ‘ବିଏ.୨ ଲାଇନେଜ୍‌’ ମଧ୍ୟ ଦେଶର ବହୁଳାଂଶରେ ଦେଖାଦେଲାଣି।

ରବିବାର ଦିନ ଉନ୍ମୋଚନ କରାଯାଇଥିବା ‘ଇନ୍‌ସାକଗ୍‌’ର ଜାନୁଆରି ୧୦ ବୁଲେଟିନ୍‌ରେ ଉଲ୍ଲେଖ ଅଛି ଯେ, ଏଯାବତ୍‌ ଅଧିକାଂଶ ଓମିକ୍ରନ୍‌ ମାମଲା ଲକ୍ଷଣରହିତ କିଂବା ସାମାନ୍ୟ ବୋଲି ଜଣାପଡ଼ିଥିଲେ ବି ଚଳିତ ଲହର୍‌ରେ ଡାକ୍ତରଖାନାରେ ଭର୍ତ୍ତି ଏବଂ ‘ଆଇସିୟୁ’ ମାମଲା ବୃଦ୍ଧି ପାଇଥିବାରୁ ବିପଦ ଆଶଙ୍କା ଅପରିବର୍ତ୍ତନୀୟ ରହିଛି।

publive-image Image Courtesy of The Indian Express

ସମ୍ପ୍ରତି ଓମିକ୍ରନ୍‌ ଭାରତରେ ଗୋଷ୍ଠୀ ସଂକ୍ରମଣ କରାଇ ଏକାଧିକ ମେଟ୍ରୋରେ ପ୍ରାଧାନ୍ୟ ବିସ୍ତାର କରିଛି। ସେସବୁ ମେଟ୍ରୋରେ ନୂତନ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଭାରତର ବହୁଳାଂଶରେ ‘ବିଏ.୨ ଲାଇନେଜ୍‌’ ସଂକ୍ରମିତ ହେଉଛି। ତେଣୁ, ‘ଏସ୍‌ ଜିନ୍‌ ଡ୍ରପ୍‌ଆଉଟ୍‌’ଭିତ୍ତିକ ସ୍କ୍ରିନିଙ୍ଗ୍‌ରେ (ଆର୍‌ଟି-ପିସିଆର୍‌ ଟେଷ୍ଟ୍‌) ଅଧିକସଂଖ୍ୟକ ମିଛ ନେଗେଟିଭ୍‌ ସୂଚନା ଦେଉଥିବା ମନେହେଉଛି। ‘ଏସ୍‌-ଜିନ୍ ଡ୍ରପ୍‌-ଆଉଟ୍‌’ ମଧ୍ୟ ଓମିକ୍ରନ୍‌ ଭଳି ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ଭୂତାଣୁ।

ସମ୍ପ୍ରତି ‘ବିଏ.୨ ଲାଇନେଜ୍‌’ ଉପରେ ପର୍ଯ୍ୟବେକ୍ଷଣ ଚାଲିଛି। ଏହା ଦ୍ରୁତ ସଂକ୍ରମିତ ହେଉଥିବାର ପ୍ରମାଣ ମିଳିନାହିଁ। ଏହାର ରୋଗପ୍ରତିରୋଧକ ଶକ୍ତି ଏଡ଼ାଇ ଯିବାର ବୈଶିଷ୍ଟ୍ୟ ଥିଲେ ବି ସମ୍ପ୍ରତି ଏହା ଚିନ୍ତା ଉଦ୍ରେକକାରୀ ଭେରିଏଣ୍ଟ୍‌ ଅବସ୍ଥାକୁ ଆସିନାହିଁ। ଏଯାବତ୍‌ ଭାରତରେ କୌଣସି ‘ବିଏ.୨ ଲାଇନେଜ୍‌’ ସଂକ୍ରମଣ ମାମଲା ଚିହ୍ନଟ ହୋଇନାହିଁ।

‘ଇନ୍‌ସାକଗ୍‌’ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରେ। ଏହା ଦେଶବ୍ୟାପୀ ସଂଗୃହୀତ ସନ୍ଦିଗ୍ଧ ନମୁନାରୁ ‘ସାର୍ସ କୋଭ୍‌-୨’ର ଗୁଣସୂତ୍ର ଅନୁକ୍ରମ ଚିହ୍ନଟ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe