ଓମିକ୍ରନ୍‌ ଭୟ: ଲଗାତାର ୨ ଦିନ ଧରି ସଂକ୍ରମଣ ବଢ଼ୁଛି

Advertisment
ଓମିକ୍ରନ୍‌ ଭୟ: ଲଗାତାର ୨ ଦିନ ଧରି ସଂକ୍ରମଣ ବଢ଼ୁଛି

hindustan times

ନୂଆଦିଲ୍ଲୀ : ଓମିକ୍ରନ୍‌ ଭୟ ମଧ୍ୟରେ ଦେଶରେ ଗତ ୨ ଦିନ ହେବ ଦୈନିକ ନୂଆ ସଂକ୍ରମଣ ମାମଲା ବଢ଼ିଛି। ଗତ ମଙ୍ଗଳବାର ଦିନ ଦେଶ‌ରେ ୬,୯୯୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ବୁଧବାର ଦିନ ୮,୯୫୪ ମାମଲା ଏବଂ ଗୁରୁବାର ୯,୭୬୫ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୧ ଲକ୍ଷ ତଳେ ରହିଛି। ସକ୍ରିୟ ମାମଲା ଏବେ ୯୯,୭୬୩ ରହିଛି ଏବଂ ଏହା ମୋଟ୍‌ ସଂକ୍ରମଣ ମାମଲାର ୦.୨୯ ପ୍ରତିଶତ।

ଅନ୍ୟପକ୍ଷେ କୋଭିଡ୍‌ ଆରୋଗ୍ୟ ହାର ୯୮.୩୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୮,୫୪୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩୪,୦୩୭,୦୫୪ ରହିଛି । ଲଗାତାର ୫୯ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୦.୮୫ ପ୍ରତିଶତ ରହିଛି। ଲଗାତାର ୧୮ ଦିନ ଧରି ସାପ୍ତାହିକ ପଜିଟିଭ୍‌ ହାର ୧ ପ୍ରତିଶତ ତଳେ ରହିଛି। ଦେଶରେ ଗତ ୨୪ ଘଣ୍ଟାରେ ୪୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେବଳ କେରଳରେ ୪,୭୦୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୩୨୦ ଜଣଙ୍କ ମୃତ୍ୟୁ ‌ହୋଇଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ୫୧,୪୦,୦୯୦ ଏବଂ କ‌ରୋନା ମୃତ୍ୟୁସଂଖ୍ୟା ୪୦,୮୫୫ ରହିଛି।

ଦିଲ୍ଲୀ ବିମାନ ବନ୍ଦରରେ ପୁଣି ୪ ଆକ୍ରାନ୍ତ ଚିହ୍ନଟ
ଓମିକ୍ରନ୍‌ ଭୟ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରରେ ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉକ୍ତ ୪ ଜଣ ବିପଦ ଥିବା ରାଷ୍ଟ୍ରରୁ ଆଜି ଦିଲ୍ଲୀ ଆସି ପହଞ୍ଚିଛନ୍ତି। ଗତରାତି ପ୍ରାୟ ୧୨ଟାରେ ଏୟାର ଫ୍ରାନ୍ସ ବିମାନରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ୨୪୩ ଜଣଙ୍କ ମଧ୍ୟରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଅନ୍ୟପକ୍ଷେ ଲଣ୍ଡନ୍‌ରୁ ୧୯୫ ଜଣଙ୍କ ସହ ଯାତ୍ରା କରି ଦିଲ୍ଲୀ ପହଞ୍ଚିଥିବା ଅନ୍ୟ ଜଣେ ଯାତ୍ରୀ ବି କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ନମୁନାକୁ ଏନ୍‌ସିଡିସି (ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର)କୁ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ଅନ୍ୟପକ୍ଷେ ଓମିକ୍ରନ ବିପଦପ୍ରବଣ ରାଷ୍ଟ୍ରରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ଯାତ୍ରୀଙ୍କ ମଧ୍ୟରୁ ଗତକାଲି ମଧ୍ୟ ୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଦିଲ୍ଲୀ ଏଲଏନଜେପି ହସ୍ପିଟାଲ୍‌ରେ ୪ କୋଭିଡ୍‌ ପଜିଡିଭ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୪ ସନ୍ଦିଗ୍ଧ ମାମଲାର ପରୀକ୍ଷା କରାଯାଉଛି। ୮ ଜଣ କୋଭିଡ୍‌ ରୋଗୀ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବ୍ରିଟେନ, ଦକ୍ଷିଣ ଆଫ୍ରିକା‌, ବ୍ରାଜିଲ, ବୋସ୍ତୱାନା, ଚୀନ୍‌, ମରିସସ୍‌, ନ୍ୟୁଜିଲାଣ୍ଡ୍‌ଳ ଜିମ୍ବାୱେ, ସିଙ୍ଗାପୁର , ହଂକଂ ଏବଂ ଇସ୍ରାଏଲକୁ ସରକାର ବିପଦ ଥିବା ରାଷ୍ଟ୍ର ଭାବେ ବି‌ବେଚନା କରିଛନ୍ତି।

ଦେଶର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଏବେ ଦୁବାଇରେ
ବେଙ୍ଗାଲୁରୁ : ଦେଶରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ତଥା ଜଣେ ୬୬ ବର୍ଷୀୟ ବ୍ୟକ୍ତି କରୋନା ପ‌ଜିଟିଭ୍‌ ହେବାର ସପ୍ତାହକ ପରେ ଦୁବାଇ ପଳାଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗତ ନଭେମ୍ବର ୨୦ ତାରିଖରେ ଭାରତ ପହଞ୍ଚିଥିଲେ। ତାଙ୍କର କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। କିନ୍ତୁ ଏହାର ୭ ଦିନ ପରେ ସେ ଦୁବାଇ ଚାଲି ଯାଇଛନ୍ତି। ତାଙ୍କର ଜିନୋମ୍‌ ସିକ୍ବେନ୍ସିଂ ରିପୋର୍ଟ ଆସିବା ଆଗରୁ ସେ ଦୁବାଇ ପଳାଇଛନ୍ତି। ବେଙ୍ଗାଲୁରୁ ପୌର ନିଗମର ସୂଚନା ଅନୁଯାୟୀ ସଂକ୍ରମିତ ହୋଇଥିବା‌ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ କୋ‌ଭିଡ୍‌ ନେଗେଟିଭ୍‌ ରିପୋର୍ଟ ଧରି ଆସିଥିଲେ।

ସେ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। କିନ୍ତୁ ପହଞ୍ଚିବାପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ ଏକ ‌ହୋଟେଲରେ ଆଇସୋଲେସନରେ ରହିଥିଲେ। ଜଣେ ସରକାରୀ ଡାକ୍ତର ତାଙ୍କୁ ହୋଟେଲରେ ଭେଟିଥିଲେ। ତାଙ୍କଠାରେ କରୋନାର ଲକ୍ଷଣ ନଥିଲା। ନଭେମ୍ବର ୨୨ ତାରିଖରେ ତାଙ୍କ ନମୁନା ସଂଗ୍ରହ କରି ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା। ନଭେମ୍ବର ୨୭ ତାରିଖରେ ସେ ଦୁବାଇ ପଳାଇଥିଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୪ ଜଣଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe