ଭାରତରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ: ଓମିକ୍ରନ୍‌ ମାମଲାରେ ୨୮.୧୭% ବୃଦ୍ଧି

ଭାରତରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ: ଓମିକ୍ରନ୍‌ ମାମଲାରେ ୨୮.୧୭% ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍‌ ପ୍ରଜାତି ଯୋଗୁଁ ଏବେ ଯେଭଳି ଦ୍ରୁତ ସଂକ୍ରମଣ ଜାରି ରହିଛି ତାହା ଗୋଷ୍ଠୀ ସଂକ୍ରମଣକୁ ଦର୍ଶାଉଛି ବୋଲି 'ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବାଇଲାରି' ସଂସ୍ଥା ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ୬୧ ପ୍ରତିଶତ ଓମିକ୍ରନ୍‌ ସଂକ୍ରମିତଙ୍କର କୌଣସି ଭ୍ରମଣ ଇତିହାସ ନଥିବାରୁ ଏଭଳି ଆକଳନ କରାଯାଇଛି। ସଂସ୍ଥା ଦ୍ବାରା ୨୬୪ଟି କୋଭିଡ୍‌ ନମୁନା ପରୀକ୍ଷଣରୁ ୧୮୨ଟି ଡେଲ୍‌ଟା ପ୍ରଜାତି ମିଳିଥିବା ବେଳେ ୮୨ଟି ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଥିଲା। ସେଥିରୁ ପ୍ରାୟ ୬୧ ପ୍ରତିଶତ ଲୋକଙ୍କ ବିଦେଶ ଯାତ୍ରା ଇତିହାସ ନାହିଁ କି ବିଦେଶ ଫେରନ୍ତାଙ୍କ ସହ ପ୍ରତ୍ୟକ୍ଷ ସଂପର୍କ ନାହିଁ। ଅନ୍ୟପକ୍ଷରେ ଅଧିକାଂଶ ଓମିକ୍ରନ୍‌ ଆକ୍ରାନ୍ତ (୫୦.୬୧%) ଲକ୍ଷଣ ବିହୀନ ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ପଡ଼ୁନାହିଁ। ତେଣୁ ଭାରତରେ ଓମିକ୍ରନ୍‌ ପ୍ରଜାତି ଦ୍ବାରା ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ ଏହି କାରଣରୁ ଆଗକୁ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବା ଜାରି ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଓମିକ୍ରନ୍‌ ମାମଲାରେ ୨୮.୧୭% ବୃଦ୍ଧି
ନୂଆଦିଲ୍ଲୀ,: ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଆଜିସୁଦ୍ଧା ଏଥିିରେ ୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୧ ହଜାର ୨୦୨ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୩୧୪ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ସଂକ୍ରମଣ ମାମଲା ୨ ଲକ୍ଷ ୬୯ ହଜାର ଥିଲା । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫ ଲକ୍ଷ ୫୫ ହଜାର ୩୭୭ ରହିଛି ଏବଂ ଆଜି ସୁଦ୍ଧା ମୋଟ୍‌ କରୋନା ମୃତ୍ୟୁ ୪ ଲକ୍ଷ ୬୬ ହଜାର ୬୬ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୧୬ ଲକ୍ଷରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe