Image Courtesy of India Today
ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଦ୍ବାରା କୋଭିଡ୍-୧୯ର ବି.୧.୧.୫୨୯ ଷ୍ଟ୍ରେନ୍କୁ ଓମିକ୍ରନ୍ ଭାବରେ ପୁନର୍ନାମିତ କରିବା ସହ ଏହାକୁ ‘ଭାରିଆଣ୍ଟ ଅଫ୍ କନସର୍ନ’ (ଭିଓସି) ଭାବେ ବର୍ଗୀକୃତ କରାଯିବା ପରେ ବିଶ୍ବବ୍ୟାପୀ ଏହାକୁ ନେଇ ସତର୍କତା ବଢ଼ିଛି। ଆଜି ବ୍ରିଟେନ୍ରେ ୨ଟି ମାମଲା ଠାବ ହୋଇଥିବାରୁ ଟେଷ୍ଟିଂ ବଢ଼ାଇ ଦିଆଯାଇଛି। ବିଶ୍ବସ୍ତରରେ ଆତଙ୍କ ସୃଷ୍ଟି କରିଥିବା ଡେଲଟା ଭାରିଆଣ୍ଟ ଓ ଏହାର ଦୁର୍ବଳ ପ୍ରତିଦ୍ୱନ୍ଦ୍ୱୀ ଆଲଫା, ବିଟା ଓ ଗାମା ଭିତରେ ଏହା ସବୁଠାରୁ ମାରାତ୍ମକ ଭିଓସି ବୋଲି ଜଣାପଡ଼ୁଛି। ଓମିକ୍ରନ୍ର ସ୍ପାଇକ୍ ପ୍ରୋଫାଇଲ୍ ଅଧିକ ଘାତକ ଥିବା ବୈଜ୍ଞାନିକମାନେ ଅନୁମାନ କରାଯାଉଛି ଏବଂ ଏ ବାବଦ ଅଧିକ ତଥ୍ୟ ସପ୍ତାହକ ମଧ୍ୟରେ ଆସିବ ବୋଲି ଜଣାପଡ଼ିଛି।
ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଏକ ବିବୃତିରେ କହିଛି ଯେ, କୋଭିଡ-୧୯ର ଭାରିଆଣ୍ଟ ବି.୧.୧.୫୨୯ର ମାରାତ୍ମକ ଦିଗକୁ ଲକ୍ଷ୍ୟ କରି ଓମିକ୍ରନ୍କୁ ଡବ୍ଲୁଏଚ୍ଓ ‘ଭାରିଆଣ୍ଟ ଅଫ୍ କନସର୍ନ’ (ଭିଓସି) ଭାବରେ ଚିହ୍ନଟ କରିଛି। ଆଫ୍ରିକାରେ ଗତ କିଛି ସପ୍ତାହ ଭିତରେ ଏହାର ସଂକ୍ରମଣ ବୃଦ୍ଧି ପାଇଛି ଏବଂ ବିଭିନ୍ନ ରାଷ୍ଟ୍ର ଆଫ୍ରିକୀୟ ଦେଶଗୁଡ଼ିକ ଉପରେ କଟକଣା ଲଗାଇଛନ୍ତି। ଭାରତରେ ମଧ୍ୟ ଆଫ୍ରିକୀୟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ଉରେ ସତର୍କ ନଜର ରଖାଯାଇଛି। ଦକ୍ଷିଣ ଆଫ୍ରିକା ପରେ ୟୁରୋପ୍ରେ ଓମିକ୍ରନ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଇସ୍ରାଏଲରେ ମଧ୍ୟ ଏହି ନୂଆ ଭାଇରସ୍ ଦେଖିବାକୁ ମିଳିଲାଣି। ଇସ୍ରାଏଲକୁ ମାଲାୱି, ବଟ୍ସ୍ବାନା, ବେଲଜିୟମ୍ ଓ ହଂକଂରୁ ଆସିଥିବା ଲୋକଙ୍କଠାରେ ଏହା ଦେଖିବାକୁ ମିଳିଛି। ତେବେ ଗତ ୬୦ ଦିନ ଭିତରେ ଯେତେ ନମୁନା ପରୀକ୍ଷା ହୋଇଛି ସେଥିରୁ ୯୯.୮ ପ୍ରତିଶତ ଡେଲ୍ଟା ଥିବା ଜଣାପଡ଼ିଛି।
Follow Us