Image Courtesy of NDTV
ଲଣ୍ଡନ୍: ବର୍ଷକ ତଳେ ଆମେ ଯେଉଁ ରୋଗ ଦେଖିଥିଲେ ସମ୍ପ୍ରତି ସମଗ୍ର ବିଶ୍ବରେ ବ୍ୟାପି ଚାଲିଥିବା ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ସେହି ଏକା ଜିନିଷ ନୁହେଁ ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ରୋଗପ୍ରତିରୋଧକ ବିଶେଷଜ୍ଞ ଜନ୍ ବେଲ୍ କହିଛନ୍ତି। ଏହାଛଡ଼ା ସେ ‘ଓମିକ୍ରନ୍ ଷ୍ଟ୍ରେନ୍’ର ନମ୍ର ସ୍ବଭାବ ପ୍ରସଙ୍ଗରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି।
ନଭେମ୍ବର ଶେଷ ଆଡ଼କୁ ପ୍ରଥମେ ଆବିଷ୍କୃତ ହୋଇଥିବା ଏହି ଓମିକ୍ରନ୍ ଷ୍ଟ୍ରେନ୍ କମ୍ ସାଙ୍ଘାତିକ ପରି ମନେହେଉଛି। ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଡାକ୍ତରଖାନାରୁ ଫେରି ଆସୁଛନ୍ତି ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ମେଡିସିନ୍ ବିଭାଗର ପ୍ରଫେସର୍ ଜନ୍ ବେଲ୍ ବୁଧବାର ‘ବିବିସି ରେଡିଓ ୪’ କାର୍ଯ୍ୟକ୍ରମରେ କହିଛନ୍ତି।
ବେଲ୍ କହିଛନ୍ତି, ମୋ ମତରେ, ବର୍ଷକ ପୂର୍ବେ ‘ଆଇସିୟୁ’ ପୂର୍ଣ୍ଣ ହୋଇଯିବା, ଅକାଳରେ ଅନେକ ବ୍ୟକ୍ତି ପ୍ରାଣ ହରାଇବା ଭଳି ଆମେ ଯେଉଁ ଭୟାବହ ଦୃଶ୍ୟ ଦେଖିଥିଲେ, ଏବେ ତାହା ଇତିହାସ। ମୋର ମନେହୁଏ ସେଭଳି ଅବସ୍ଥା ହେବ ବୋଲି ଆମେ ଚିନ୍ତା କରିବା ଅନୁଚିତ।
Image Courtesy of Republic Worldବର୍ଷ ଶେଷ ହେବା ପୂର୍ବରୁ ଇଂଲଣ୍ଡରେ କଠୋର କୋଭିଡ୍-୧୯ କଟକଣା ଜାରି ହେବନାହିଁ ବୋଲି ବ୍ରିଟିସ୍ ସରକାର କହିବା ପରେ ବେଲ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଗତ ସପ୍ତାହକ ମଧ୍ୟରେ ସଂକ୍ରମଣ ଚଉଠରୁ ଅଧିକ ହୋଇଯାଇଥିବାରୁ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଚାପଗ୍ରସ୍ତ କରୁଛି। ସୋମବାର ଦିନ ସ୍ବାସ୍ଥ୍ୟ ସଚିବ ମଧ୍ୟ କହିଛନ୍ତି ଯେ, ସେ ସଦ୍ୟତମ ତଥ୍ୟାବଳୀ ଅନୁଶୀଳନ କରିଛନ୍ତି। ବିଶେଷ କରି ନବବର୍ଷ ପାଳନ ବେଳେ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।
Follow Us