‘ଡେଲ୍‌ଟା’ ଠାରୁ ‘ଓମିକ୍ରନ୍’ କମ୍ ସାଙ୍ଘାତିକ ଜଣାପଡୁଛି କିନ୍ତୁ, ସାମାନ୍ୟ ନୁହେଁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

Advertisment
‘ଡେଲ୍‌ଟା’ ଠାରୁ ‘ଓମିକ୍ରନ୍’ କମ୍ ସାଙ୍ଘାତିକ ଜଣାପଡୁଛି କିନ୍ତୁ, ସାମାନ୍ୟ ନୁହେଁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

Image Courtesy of Yahoo Style UK

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ‘ଡେଲ୍‌ଟା’ ଠାରୁ କମ୍‌ ସାଙ୍ଘାତିକ ଜଣାପଡୁଛି ଥିଲେ ବି ଏହାକୁ ‘ସାମାନ୍ୟ ଭେରିଏଣ୍ଟ୍‌’ କୁହାଯିବା ଅନୁଚିତ ବୋଲି ଗୁରୁବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଅଦନମ୍‌ ଗେବ୍ରେୟେସସ୍‌ କହିଛନ୍ତି।

ସେ କହିଛନ୍ତି, ଗତ ସପ୍ତାହରେ କୋଭିଡ୍‌-୧୯ ମହାମାରୀର ସର୍ବାଧିକ ସଂକ୍ରମଣ ସଂଖ୍ୟା ରେକର୍ଡ କରାଯାଇଥିବା ବେଳେ ‘ଡେଲ୍‌ଟା’ ତୁଳନାରେ ‘ଓମିକ୍ରନ୍‌’ କମ୍‌ ସାଂଘାତିକ ପରି ମନେହେଉଛି। ବିଶେଷକରି ଟିକା ନେଇଥିବା ବ୍ୟକ୍ତି କ୍ଷେତ୍ରରେ ଏହାର ପ୍ରଭାବ କମ୍‌ ଦେଖାଯାଉଛି। ଏହାର ଅର୍ଥ ନୁହେଁ ଏହାକୁ ‘ସାମାନ୍ୟ’ ବର୍ଗଭୁକ୍ତ କରାଯିବା ଉଚିତ।

publive-image Image Courtesy of News18

ପୂର୍ବ ଭେରିଏଣ୍ଟ୍‌ ପରି ‘ଓମିକ୍ରନ୍‌’ ମଧ୍ୟ ଜନସାଧାରଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ସେମାନଙ୍କ ମୃତ୍ୟୁର କାରଣ ମଧ୍ୟ ହେଉଛି। ଏହି ସଂକ୍ରମଣର ସୁନାମି ଏତେ ବ୍ୟାପକ ଓ କ୍ଷିପ୍ର ଯେ, ସମଗ୍ର ବିଶ୍ବରେ ଥିବା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନୟାନ୍ତ କରି ପକାଉଛି। ଡାକ୍ତରଖାନାଗୁଡ଼ିକରେ ସାମର୍ଥ୍ୟ ଠାରୁ ଅଧିକ ରୋଗୀ ଭର୍ତ୍ତି ହେଉଥିବା ବେଳେ ସେଠାରେ ଥିବା କର୍ମଚାରୀ ସେବା ଯୋଗାଇବାକୁ ଅସମର୍ଥ ହେଉଛନ୍ତି। ଫଳତଃ, କେବଳ କୋଭିଡ୍‌-୧୯ ଜନିତ ରୋଗୀ ମୃତ୍ୟୁ ଘଟୁନାହିଁ, ଅନ୍ୟାନ୍ୟ ରୋଗ ଏବଂ ଆଘାତପ୍ରାପ୍ତ ବ୍ୟକ୍ତିବିଶେଷମାନେ ମଧ୍ୟ ଠିକଣା ସମୟରେ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଅନୁସାରେ, ବିଗତ ସପ୍ତାହ ତୁଳନାରେ ଗତ ସପ୍ତାହରେ ନୂଆ କୋଭିଡ୍‌-୧୯ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇ ୭୧%ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe