‘ବିଏ.୧’ ଠାରୁ ଓମିକ୍ରନ୍‌ର ଉପପ୍ରଜାତି ‘ବିଏ.୨’ ଅଧିକ ସାଙ୍ଘାତିକ ହୋଇ ନ ଥିବ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ହୁ’ର ବଳକା କୋଭିଡ୍ ମୃତ୍ୟୁ ରିପୋର୍ଟ: ଭାରତରେ ଟିକା ବେପାର କରିବାରୁ ବଞ୍ଚିତ ଫାର୍ମା କମ୍ପାନିଙ୍କ ଷଡ଼ଯନ୍ତ୍ର ସନ୍ଦେହ

Image Courtesy of India Today

ଜିନିଭା: ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ରୁ ସୃଷ୍ଟି ହେଉଥିବା ଉପପ୍ରଜାତି ଭୂତାଣୁ ‘ବିଏ.୨’ ଏହାର ମୂଳ ପ୍ରଜାତି (ଓମିକ୍ରନ୍‌) ଠାରୁ ଅଧିକ ସାଙ୍ଘାତିକ ହୋଇଥିବ ବୋଲି ମନେହେଉ ନ ଥିବା କଥା ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଜଣେ ଅଧିକାରୀ କହିଛନ୍ତି।

ସମ୍ପ୍ରତି ‘ବିଏ.୨’ ବିଶ୍ବର ୫୭ଟି ରାଷ୍ଟ୍ରରେ ଚିହ୍ନଟ କରାଇଯାଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ଅନେକ ଦେଶରେ ଏବେ ମଧ୍ୟ ଓମିକ୍ରନ୍‌ ଶୀର୍ଷ ସ୍ପର୍ଶ କରିନାହିଁ ବୋଲି ସତର୍କ କରାଇ କରୋନାଭାଇରସ୍‌ ସାବଧାନତା ଉଠାଇବାକୁ ବ୍ୟାକୁଳ ହେଉଥିବା ରାଷ୍ଟ୍ରମାନଙ୍କୁ ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ କହିଛନ୍ତି, ସମ୍ପ୍ରତି କୌଣସି ଦେଶ ସାଲିସ କରିବା କିଂବା ବିଜୟୀ ବୋଲି ଘୋଷଣା କରିବା ସମୟ ଆସିନାହିଁ। ଏହି ଭୂତାଣୁ ବିପଜ୍ଜନକ। ଆମ ଆଖି ଆଗରେ ବିବର୍ତ୍ତିତ ହୋଇଚାଲିଛି। ‘ବିଏ.୨’ ସମେତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବେ ଓମିକ୍ରନ୍‌ ଭେରିଏଣ୍ଟ୍‌ର ୪ଟି ଉପପ୍ରଜାତି ଉପରେ ଦୃଷ୍ଟି ରିଖିଛି।

publive-image Image Courtesy of Gulf News

‘ବିଏ.୨’ ସଂକ୍ରାନ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ୍‌-୧୯ ଟେକ୍ନିକାଲ୍‌ ଲିଡର୍‌ ମାରିଆ ଭାନ୍‌ କେର୍‌ଖୋଭ୍‌ କହନ୍ତି, ସାଙ୍ଘାତିକତାରେ ପରିବର୍ତ୍ତନ ଘଟିଥିବାର କୌଣସି ଆଭାସ ମିଳିନାହିଁ। ତଥାପି, ଓମିକ୍ରନ୍‌ ସାମଗ୍ରିକ ଭାବେ ଅଧିକ ସଂକ୍ରମଣଶୀଳ ବୋଲି ଆମେ ଜାଣିଛନ୍ତି। ‘ଡେଲ୍‌ଟା’ ଠାରୁ ଏହାର ସଂକ୍ରମଣ ବିସ୍ତାର ଅଧିକ କିନ୍ତୁ, ରୋଗର ସାଙ୍ଘାତିକତା କମ୍। ଯାହା ହେଲେ ବି ଏହା ଖୁବ୍‌ ବିପଜ୍ଜନକ ଭୂତାଣୁ। ଜନସାଧାରଣଙ୍କୁ ଆମେ ସତର୍କ କରାଇ ଦେଉଛୁ ଯେ, ଏହି ଭୂତାଣୁ ବ୍ୟାପିଚାଲିଛି ଏବଂ ଏହାର ବିବର୍ତ୍ତନ ମଧ୍ୟ ଘଟୁଛି।

ତେଣୁ, ଟିକା, ମାସ୍କ୍‌ ଏବଂ ସାମାଜିକ ଦୂରତ୍ବ ହେଉଛି ଏହି ଭୂତାଣୁ ବିପକ୍ଷରେ ସଂଗ୍ରାମ କରିବାର ଫଳପ୍ରଦ ଅସ୍ତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe