ସ୍ପାଇକ୍ ପ୍ରୋଟିନରେ ୩୦ଥର ଋପ ବଦଳାଇଛି ଓମିକ୍ରନ୍, ପ୍ରଭାବହୀନ ହୋଇପାରେ କରୋନା ଟିକା: ରଣଦୀପ ଗୁଲେରିଆ

Advertisment
ସ୍ପାଇକ୍ ପ୍ରୋଟିନରେ ୩୦ଥର ଋପ ବଦଳାଇଛି ଓମିକ୍ରନ୍, ପ୍ରଭାବହୀନ ହୋଇପାରେ କରୋନା ଟିକା: ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: କରୋନା ଟିକାକରଣ ପରେ ଏବେ ସଂକ୍ରମଣ କମିଥିବା ବେଳେ ସରକାର ଅନେକ କଟକଣା କୋହଳ କରିଥିଲେ। ଡିସେମ୍ବର ୧୫ରେ ଅଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନେଇସାରିଥିଲେ ସରକାର। ହେଲେ ଏମଧ୍ୟରେ କରୋନାର ସବୁଠାରୁ ମାରାତ୍ମକ ଭାରିଆଣ୍ଟ ଆସି ସରକାରଙ୍କୁ ସବୁ ଯୋଜନା ଉପରେ ରୋକ ଲଗାଇବା ପାଇଁ ବାଧ୍ୟ କରିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ ଦେଇଥିବା ବୟାନ ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଓମିକ୍ରନ୍ ସ୍ପାଇକ୍ ପ୍ରୋଟିନରେ ୩୦ଥର ଋପ ବଦଳାଇଥିବା ବେଳେ କରୋନା ଟିକାକୁ ପ୍ରଭାବହୀନ କରିବାର କ୍ଷମତା ରଖୁଥିବା କହିଛନ୍ତି ରଣଦୀପ ଗୁଲେରିଆ।

publive-image www.indiatoday.in

ସେ କହିଛନ୍ତି ଯେ, ଏହି ଭାରିଆଣ୍ଟ କମ ସମୟ ମଧ୍ୟରେ ଅଧିକ ଥର ଋପ ବଦଳାଇଥିବାରୁ ଏହା ଅଧିକ ସଂକ୍ରାମକ ହୋଇପାରେ। ଏହା ସହ ‌କରୋନା ଟିକା ନେବା ପରେ ଲୋକଙ୍କ ଶରୀରରେ ଯେଉଁ ରୋଗପ୍ରତିରୋଧକ ‌ଶକ୍ତି ଆସିଛି, ତାକୁ ପ୍ରଭାବହୀନ କରିପାରେ ବୋଲି ଆଶା କରାଯାଉଛି। ହେଲେ ଏବେ କିଛି ବି କହିବା ସମ୍ଭବ ନୁହେଁ। ଆଗକୁ ଏହା କ‌େତେ ମାତ୍ରାରେ ଲୋକଙ୍କୁ ପ୍ରଭାବିତ କରୁଛି, ତାହା ଦେଖିବା ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ସେଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। କଟକଣା କୋହଳ ହୋଇଥିଲେ ବି ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ହାତକୁ ସାନିଟାଇଜ୍ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe