କାର୍ଗିଲ୍‌ ଯୁଦ୍ଧର ୧୯ଶ ବାର୍ଷିକୀ ଅବସରରେ ବୀର ସହିଦଙ୍କୁ ଜାତିର ଶ୍ରଦ୍ଧାଞ୍ଜଳି

Advertisment
କାର୍ଗିଲ୍‌ ଯୁଦ୍ଧର ୧୯ଶ ବାର୍ଷିକୀ ଅବସରରେ ବୀର ସହିଦଙ୍କୁ ଜାତିର ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କାର୍ଗିଲ୍‌ ଯୁଦ୍ଧର ୧୯ଶ ବାର୍ଷିକୀ ଅବସରରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଗୁରୁବାର ଦିନ ଜାତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ୧୯୯୯ ମସିହାରେ ପାକିସ୍ତାନ ଆସ୍ପର୍ଦ୍ଧାର ଠିକଣା ଜବାବ ଦେଇଥିଲେ ଏହି ଭାରତୀୟ ସୈନିକମାନେ।

ସହିଦ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟର୍‌ରେ ଲେଖିଛନ୍ତି: କାର୍ଗିଲ୍‌ ବିଜୟ ଦିବସ ଅବକାଶରେ ଆମ ସଶସ୍ତ୍ର ବାହିନୀର ଉଦ୍ୟମ ଓ ବୀରତ୍ୱ ପ୍ରତି କୃତଜ୍ଞତା ଜଣାଉଛନ୍ତି। କାର୍ଗିଲ୍‌ରେ ଆତ୍ମବଳୀ ଦେଇ ଥିବା ସହିଦମାନଙ୍କୁ ଆମର ଅଭିବାଦନ। ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ଆମେ ଚିର ଋଣୀ।

୧୯୯୯ ମସିହା କାର୍ଗିଲ୍‌ ଯୁଦ୍ଧରେ ଆତ୍ମବଳି ଦେଇଥିବା ସୈନିକମାନଙ୍କୁ ସେମାନଙ୍କ ପରିବାରବର୍ଗ ଓ ସଶସ୍ତ୍ର ବାହିନୀର ଅଧିକାରୀମାନେ ଦ୍ରାସ୍‌ ଯୁଦ୍ଧ ସ୍ମାରକୀ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

କେତବ ଶୀର୍ଷ ସ୍ତରୀୟ ରାଜନେତା, ସାମରିକ ଅଧିକାରୀ ଏବଂ ସମାଜର ସବୁ ବର୍ଗର ଲୋକେ ବୀର ସହିଦଙ୍କୁ ଏଇ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

କାର୍ଗିଲ୍‌ ବିଜୟ ଦିବସ ଅବ୍ୟବହିତ ପୂର୍ବରୁ, ୧୯୯୯ କାର୍ଗିଲ୍‌ ଯୁଦ୍ଧରେ ସହିଦମାନଙ୍କ ଆତ୍ମବଳୀ ସ୍ମରଣ କରିବାକୁ ସେନାବାହିନୀ ସେମାନଙ୍କ ପରିବାରବର୍ଗଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ସହିଦମାନଙ୍କ ପରିବାରର କିଛି ସଦସ୍ୟ ଏବଂ ପତ୍ନୀମାନେ ସେମାନଙ୍କ ତିକ୍ତ ଅନୁଭୂତି ବଖାଣି ଥିଲେ।

୧୯୯୯ କାର୍ଗିଲ୍‌ ଯୁଦ୍ଧକୁ ଭାରତୀୟ ସଶସ୍ତ୍ର ବାହିନୀ ଇତିହାସରେ ପରିବର୍ତ୍ତନର ସମୟ ବୋଲି ବିଚାର କରାଯାଏ। ସେତେବେଳେ ଏ ଯୁଦ୍ଧ ଟେଲିଭିଜନ୍‌ରେ ପ୍ରସାରିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe