ମୁମ୍ବାଇ ବସ୍‌ ଦୁର୍ଘଟଣା: ଡ୍ରାଇଭର୍‌ ଗିରଫ

Advertisment

ଗତକାଲି ରାତିରେ ମୁମ୍ବାଇର କୁର୍ଲା (ପଶ୍ଚିମ) ରେ ଜଣେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଅନ୍ୟ ଅନେକ ଗାଡ଼ି ଓ କିଛି ପାଦଚଲା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ନେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଗତକାଲି ରାତିରେ ମୁମ୍ବାଇର କୁର୍ଲା (ପଶ୍ଚିମ) ରେ ଜଣେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଅନ୍ୟ ଅନେକ ଗାଡ଼ି ଓ କିଛି ପାଦଚଲା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ନେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି।

 India Today

ମୁମ୍ବାଇ: ଗତକାଲି ରାତିରେ ମୁମ୍ବାଇର କୁର୍ଲା (ପଶ୍ଚିମ) ରେ ଜଣେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଅନ୍ୟ ଅନେକ ଗାଡ଼ି ଓ କିଛି ପାଦଚଲା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ନେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାର କିଛି ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏବେ ସେହି ଘଟଣା‌େରେ ଡ୍ରାଇଭର୍‌କୁ ଗିରଫ କରାଯାଇଛି।

ପୁଲିସ୍ ସୂତ୍ରରୁ ଜଣାପଡିଛି ଯେ ଭାରୀ ଯାନ ଚଳାଇବାରେ ତାଙ୍କର ଅଧିକ ଅଭିଜ୍ଞତା ନଥିଲା। ତେବେ ଦୁର୍ଘଟଣା ଘଟାଇବା ବେଳେ ସେ ମଦ୍ୟପାନ କରିଥିଲେ କି ନାହିଁ ତାହା ଜାଣିବା ପାଇଁ ପୁଲିସ ଏପର୍ଯ୍ୟନ୍ତ ତାଙ୍କ ରକ୍ତ ପରୀକ୍ଷା କରିନାହିଁ। ରକ୍ତ ପରୀକ୍ଷା ପରେ ଯାଇ ଜଣାପଡ଼ିବ ଯେ ସେ ମଦ୍ୟପାନ କରିଥିଲେ କି ନାହିଁ।

ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଏକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪୯ ଜଣ ଆହତ ହୋଇଛନ୍ତି। ଏକ ବସ୍‌ଟି କିଛି ପାଦଚଲା ଲୋକ ଓ ଛୋଟ ଗାଡ଼ି ଉପରେ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିିଛି। 

ପୁଲିସର ସୂଚନାନୁସାରେ ଏହି ଘଟଣା ବସ୍‌ଟି କୁର୍ଲା ଷ୍ଟେସନରୁ ଆନ୍ଧେରୀ ଅଭିମୁଖେ ଯାଉଥିବା ବେଳେ ଘଟିଛି। ବ୍ରିହନମୁମ୍ବାଇ ଇଲେକ୍ଟ୍ରିସିଟି ସପ୍ଲାଏ ଆଣ୍ଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ ବସ୍‌ (ମାର୍ଗ ୩୩୨)ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଅନେକ ଗାଡି ଏବଂ ପଥଚାରୀଙ୍କ ଉପରେ ଚଢ଼ି ଯାଇଥିଲା। ଏପରିକି ବସ୍‌ଟି ଚଢ଼ିଯିବାର ହାଉସିଂ ସୋସାଇଟିର ଏକ କାନ୍ଥ ଖସି ପଡ଼ିଲା। ବସ୍‌ଟି କାନ୍ଥକୁ ଧକ୍କା ଦେବା ପରେ ଯାଇ ସେଠାରେ ଅଟକି ଯାଇଥିଲା।

ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଉଛନ୍ତି କନିସ୍ ଫାତିମା ଅନସାରୀ, ଶିବମ କାଶ୍ୟପ, ଆଫ୍ରିନ୍ ଅବଦୁଲ ସଲିମ ଶାହା ଏବଂ ଅନାମ ଶେଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe