ରାସ୍ତା ପାର ହେଉଥିବା ବେଳେ ୨ଶିଶୁଙ୍କ ଉପରେ ଚଢ଼ିଗଲା ପୁଲିସ ଗାଡ଼ି

Advertisment
ରାସ୍ତା ପାର ହେଉଥିବା ବେଳେ ୨ଶିଶୁଙ୍କ ଉପରେ ଚଢ଼ିଗଲା ପୁଲିସ ଗାଡ଼ି

ଲକ୍ଷ୍ନୌ: ରାସ୍ତା ପାର ହେଉଥିବା ବେଳେ ୨ଶିଶୁଙ୍କ ଉପରେ ଚଢ଼ିଗଲା ପୁଲିସ ଗାଡ଼ି। ଉତ୍ତରପ୍ରଦେଶ ପୁଲିସର ଏକ ଗାଡି ଏହି ଘଟଣା ଘଟାଇଛି। ଆଜି ବାଗପଟର ଏକ ବ୍ୟସ୍ତବହୁଳ ରାସ୍ତାରେ ଦୁଇ ଜଣ ପିଲା ରାସ୍ତା ପାର ହେଉଥିବା ବେଳେ ଉତ୍ତରପ୍ରଦେଶ ପୁଲିସର ଏକ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ପରେ ତୁରନ୍ତ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଛି। ଏଥିରେ ଦେଖାଯାଇଛି ଯେ, ଏକ କଳା ରଙ୍ଗର ପୁଲିସ୍ ରେସପନ୍ସ ଭେଇକିଲ୍ (ପିଆରଭି) ରାସ୍ତାରେ ଯାଉଥିବାବେଳେ ଦୁଇ ପିଲାଙ୍କୁ ଧକ୍କା ଦେଉଛି। ପିଲାମାନଙ୍କୁ ଧକ୍କା ଦେବା ପରେ ଗାଡିଟି ଅଟକି ଯାଉଛି। ଏହା ପରେ ରାସ୍ତାରେ ଥିବା ଲୋକମାନେ ପିଲାମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସୁଛନ୍ତି।

ଘଟଣା ପରେ ପୁଲିସର ଏକ ବିବୃତି ଜାରି କରି କହିଛି ଯେ, ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ପିଲାମାନେ କେବଳ ସାମାନ୍ୟ ଆହତ ହୋଇଛନ୍ତି ଏବଂ ତୁରନ୍ତ ଜନସାଧାରଣଙ୍କ ଦ୍ୱାରା ସେମାନଙ୍କୁ ଡାକ୍ତରଖାନା ନିଆଯିବା ପରେ ସେମାନେ ବିପଦ ମୁକ୍ତ ହୋଇଛନ୍ତି। ଏବେ ଉଭୟଙ୍କୁ ଡିସଚାର୍ଜ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe