Advertisment

ନିର୍ବାଚନୀ ପ୍ରଚାରରେ ଯାଉଥିବା ବେଳେ ପ୍ରବଳ ବର୍ଷା ହେତୁ ଅଧାବାଟରେ ଜରୁରିକାଳୀନ ଅବତରଣ କଲା ଶାହାଙ୍କ ହେଲିକପ୍ଟର

Advertisment
ମୁହଁ ଖୋଲିଲେ ଅମିତ ଶାହ : ‘ଘୃଣା’ ସୂଚକ ମନ୍ତବ୍ୟ ଯୋଗୁଁ ଦିଲ୍ଲୀରେ ହାରିଲୁ

(ANI File Photo )

ନାସିକ: ପ୍ରବଳ ବର୍ଷା ହେତୁ ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ହେଲିକପ୍ଟର ନାସିକଠାରେ ଜରୁରିକାଳୀନ ଅବତରଣ କରିଛି। ମହାରାଷ୍ଟ୍ରରୁ ୧୬୦ କିଲୋମିଟର ଦୂରରେ ଥିବା ଓଜାର ବିମାନ ବନ୍ଦରରେ ହେଲିକପ୍ଟରଟି ଅବତରଣ କରିଥିବା ଜାଣିବାକୁ ମିଳିଛି। ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ମହାରାଷ୍ଟ୍ର ନିର୍ବାଚନର ଆଜି ଶେଷ ନିର୍ବାଚନୀ ପ୍ରଚାର ଥିଲା।

ଶାହାଙ୍କ ହେଲିପକ୍ଟରଟି ନାସିକରୁ ୭୦ କିଲୋମିଟର ଦୂର ଅହମ୍ମଦନଗରରେ ଥିବା ଅକୋଲାକୁ ଯାଉଥିଲା। ସେଠାରେ ଶାହା ନିର୍ବାଚନୀ ପ୍ରଚାରରେ ଅଭିଭାଷଣ ଦେଇଥାନ୍ତେ।

publive-image Hindustan Times

ଅଚାନକ  ପାଗ ବିଗିଡ଼ି ଯିବାରୁ ପାଇଲଟ୍‌ ହେଲିକପ୍ଟରଟିକୁ ଅପରାହ୍ନ ୨.୨୫ ସମୟରେ ଓଜାର ବିମାନ ବନ୍ଦରରେ ଅବତରଣ କରାଇବା ନିଷ୍ପତ୍ତି ନେଇଥିଲେ। ପ୍ରାୟ ୪୦ ମିନିଟ୍‌ ରହିବା ପରେ ହେଲିକପ୍ଟରଟି ପୁଣି ୩.୦୮ ସମୟରେ ଉଡ଼ାଣ ଭରିଥିଲା।

ଶାହା ପୂର୍ବରୁ ଉତ୍ତର ମହାରାଷ୍ଟ୍ରର ନାନ୍ଦୁରବାର ଜିଲ୍ଲାର ନବପୁରଠାରେ ନିର୍ବାଚନ ପ୍ରଚାର କରି ସାରିଛନ୍ତି। ଶନିବାର ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe