ରାଜକ୍ଷମା ଖାରଜକୁ ଚାଲେଞ୍ଜ୍‌ କରି ନିର୍ଭୟା ଦୋଷୀଙ୍କ ପିଟିସନ୍‌ ପରେ ପ୍ରଧାନ ବିଚାରପତି କହିଲେ- ଏହାଠୁ ଜରୁରୀ ଆଉ କିଛି ନାହିଁ

ରାଜକ୍ଷମା ଖାରଜକୁ ଚାଲେଞ୍ଜ୍‌ କରି ନିର୍ଭୟା ଦୋଷୀଙ୍କ ପିଟିସନ୍‌ ପରେ ପ୍ରଧାନ ବିଚାରପତି କହିଲେ- ଏହାଠୁ ଜରୁରୀ ଆଉ କିଛି ନାହିଁ

Image Source: Hindustan Times

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜକ୍ଷମା ଖାରଜ ବିରୋଧରେ ସୁପ୍ରିମ୍‌ କୋର୍ଟରେ କରାଯାଇଥିବା ପିଟିସନ୍‌ର ଜରୁରୀ ଶୁଣାଣି ଲାଗି ସୋମବାର ଦିନ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ମୁକେଶ ସିଂହର ଓକିଲ ନିବେଦନ କରିଛନ୍ତି।

ଏହି ଆବେଦନକୁ ଜରୁରୀ ତାଲିକାଭୁକ୍ତ କରାଇବାକୁ ସୁପ୍ରିମ୍‌ କୋର୍ଟର ରେଜିଷ୍ଟ୍ରିକୁ ଯିବା ନିମନ୍ତେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ମୁକେଶଙ୍କ ଓକିଲଙ୍କୁ କହିଛନ୍ତି।

ଫାଶୀ ନିମନ୍ତେ ଫେବ୍ରୁଆରି ପହିଲାକୁ ଦିନ ଧାର୍ଯ୍ୟ କରାଯାଇଥିବାରୁ ଆଜି ହିଁ ରେଜିଷ୍ଟ୍ରି ଅଧିକାରୀଙ୍କ ନିକଟରେ ପହଞ୍ଚିବାକୁ ମୁକେଶଙ୍କ ଓକିଲଙ୍କୁ ପ୍ରଧାନ ବିଚାରପତି ନିର୍ଦେଶ ଦେବା ସହ କହିଲେ: ଜଣେ ଫାଶୀ ପାଇବାକୁ ଯାଉଥିବା ବେଳେ ଏହାଠାରୁ ବଳି ଜରୁରୀ ଆଉ କିଛି ନାହିଁ।

publive-image Image Source: Scroll. in

ରାଜକ୍ଷମା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହେବାକୁ ଚାଲେଞ୍ଜ୍‌ କରି ମୁକେଶ ଶନିବାର ଦିନ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ମାତ୍ର ୪ ଦିନ ସମୟ ନିଆଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରି ୧୭ ତାରିଖ ଦିନ ମୁକେଶଙ୍କ ରାଜକ୍ଷମା ଆବେଦନ ଖାରଜ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe