ଫେବ୍ରୁଆରି ୧୦ରେ ମୋଦିଙ୍କ ପାଲେଷ୍ଟାଇନ୍‌ ଗସ୍ତ

Advertisment
ଫେବ୍ରୁଆରି ୧୦ରେ ମୋଦିଙ୍କ ପାଲେଷ୍ଟାଇନ୍‌ ଗସ୍ତ

Image Courtesy of The Hindu

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବ୍ରୁଆରି ୧୦ ତାରିଖ ଦିନ ପାଲେଷ୍ଟାଇନ୍‌ ଗସ୍ତରେ ଯାଇ ରମଲ୍ଲାରେ ପହଞ୍ଚିବେ।
୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତର ପାଲେଷ୍ଟାଇନୀୟ ନୀତିରେ ପରିବର୍ତ୍ତନ ହୋଇଥିବାରୁ ମୋଦିଙ୍କ ଇସ୍ରାଏଲ୍‌ ଗସ୍ତ ମହତ୍ତ୍ୱପୂର୍ଣ୍ଣ ହେବ। ଆମେରିକା ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ଘୋଷଣା କରିବା ପରେ ଜାତିସଂଘରେ ଭାରତ ଆମେରିକାର ଘୋଷଣା ବିରୋଧରେ ଭୋଟ୍‌ ଦେଇଥିଲା। ଏହା ପାଲେଷ୍ଟାଇନ ସହ ଭାରତର ଦୀର୍ଘସ୍ଥାୟୀ କୂଟନୈତିକ ସମ୍ପର୍କର ପୁନରାବୃତ୍ତି ମାତ୍ର।

publive-image
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରକ୍ରିୟାର ଏ ଯାଏଁ ସ୍ଥିର କରାଯାଇ ନ ଥିଲେ ମଧ୍ୟ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ମୋଦି ଜୋର୍ଡାନ୍‌ର ଅମ୍ମାନରୁ ଏକ ହେଲିକାପ୍ଟର୍‌ ଯୋଗେ ରମଲ୍ଲା ଯାତ୍ରା କରିବେ। ମୋଦି ଯେଉଁ ପଥ ଦେଇ ରମଲ୍ଲା ଯିବେ ତାହା ଜେରୁଜେଲମ୍‌ ଠାରୁ ମାତ୍ର ୮ କିଲୋମିଟର୍‌ ଦୂର। ଏହି ଗସ୍ତ ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ବୈଦେଶିକ ନୀତି ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଗତବର୍ଷ ଇସ୍ରାଏଲ୍‌ ଗସ୍ତ ବେଳେ ମୋଦି ଯେମିତି ପାଲେଷ୍ଟାଇନ୍‌କୁ ଏଡ଼ାଇ ଯାଇଥିଲେ, ଏହି ଗସ୍ତ ସେମିତି ମୋଦିଙ୍କୁ ଇସ୍ରାଏଲ୍‌କୁ ଆଡ଼େଇ ଯିବାରେ ସହାୟକ ହେବ।

ଗତବର୍ଷ ମୋଦିଙ୍କ ଇସ୍ରାଏଲ୍‌ ଗସ୍ତବେଳେ ରମଲ୍ଲା ଭ୍ରମଣରେ ନ ଯିବାରୁ ପାଲେଷ୍ଟାଇନ୍‌ରେ ଖୁବ୍‌ ନୈରାଶ୍ୟ ଖେଳି ଯାଇଥିଲା। ଗତବର୍ଷ ରମଲ୍ଲାସ୍ଥିତ ପାଲେଷ୍ଟାଇନିଆନ୍‌ ସେଣ୍ଟର୍‌ ଫର୍‌ ପଲିସି ଆଣ୍ଡ୍‌ ସର୍ଭେ ରିସର୍ଚର ନିର୍ଦେଶକ ଖଲିଲ୍‌ ଶିକାକି ଦଳେ ପରିଦର୍ଶକ ଭାରତୀୟ ସାମ୍ବାଦିକମାନଙ୍କୁ କହିଥିଲେ ଯେ ୧୯୪୭ ମସିହା ଠାରୁ ଭାରତ ଅନୁସରଣ କରୁଥିବା ନୀତିରୁ ଦୂରେଇ ଯାଉଥିବା କାରଣରୁ ପାଲେଷ୍ଟାଇନ୍‌ ଚିନ୍ତା ପ୍ରକଟକ କରୁଛି। ସେ କହିଥିଲେ ଭାରତର ପ୍ରଧାନମନ୍ତ୍ରୀ ମୋଦି ପାଶ୍ଚାତ୍ୟ ଦେଶମାନଙ୍କ ସହ ନିରାପତ୍ତା ଏବଂ ସମ୍ପର୍କ ରକ୍ଷା କ୍ଷେତ୍ରରେ ଅଧିକ ଆଗ୍ରହ ଦେଖାଉଛନ୍ତି। ତେଣୁ ପାଲେଷ୍ଟାଇନୀୟମାନଙ୍କର ଧାରଣା ସେମାନେ ଆଉ ଭାରତର ସମର୍ଥନ ପାଇବେ ନାହିଁ।

publive-image
ଜାତିସଂଘରେ ଆମେରିକାର ନିଷ୍ପତ୍ତି ବିରୋଧରେ ଭାରତର ଭୋଟ୍‌ ଏବଂ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରମଲ୍ଲା ଗସ୍ତ ପାଲେଷ୍ଟାଇନ୍‌ ସହ ଭାରତର ସମ୍ପର୍କ କ୍ଷୁର୍ଣ୍ଣ ହୋଇ ନହିଁ ବୋଲି ବିଶ୍ୱାସ ଉଦ୍ରେକ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe