ଅନ୍ତର୍ଜାତିକ ମହିଳା ଦିବସ: ତାଙ୍କୁ ପ୍ରେରଣା ଦେଇଥିବା ନାରୀଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି

ଅନ୍ତର୍ଜାତିକ ମହିଳା ଦିବସ: ତାଙ୍କୁ ପ୍ରେରଣା ଦେଇଥିବା ନାରୀଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି

Image Courtesy of TOI

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କୁ ପ୍ରେରଣା ଦେଇଥିବା ଜଣେ ୧୦୬ ବର୍ଷୀୟ ମହିଳାଙ୍କ ବିଷୟରେ କହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ର୍‌କୁ ମାଧ୍ୟମ କରିଛନ୍ତି।

‘ଆପଣଙ୍କୁ ପ୍ରେରଣା ଦେଇଥିବା କେତେକ ନାରୀଙ୍କ ବିଷୟରେ ଲେଖନ୍ତୁ’ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଅନ୍ୟମାନଙ୍କୁ କହିଛନ୍ତି।

ଗାଁ’ରେ ଶୌଚାଳୟଟିଏ ତୋଳିବାକୁ କୁଅାଁର ବାଈ ନାମ୍ନୀ ଛତିଶଗଡ଼ର ଜଣେ ମହିଳା ତାଙ୍କର ଏକମାତ୍ର ରୋଜଗାର ପନ୍ଥା ଛେଳିଗୁଡ଼ିକୁ ବିକ୍ରୟ କରିଥିଲେ।

ସ୍ୱଚ୍ଛ ଭାରତ ପ୍ରତି ତାଙ୍କର ଅବଦାନ କେବେ ଭୁଲି ହେବନାହିଁ। ତାଙ୍କର ମହତ୍‌ପଣିଆ ଦ୍ୱାରା ମୁଁ ଗଭୀର ଭାବେ ପ୍ରେରିତ ବୋଲି ମୋଦି ସେୟାର୍‌ କରିଛନ୍ତି।

ଛତିଶଗଡ଼ ଗସ୍ତ ସମୟରେ କୁଅାଁର ବାଈଙ୍କ ଆଶୀର୍ବାଦ ପାଇଥିବା ସୁଯୋଗ ଓ ସମୟକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି।
ଏ ବର୍ଷ ଆଦ୍ୟ ଭାଗରେ କୁଅାଁର ବାଈଙ୍କର ଦେହାନ୍ତ ହେଲା। କିନ୍ତୁ, ବାପୁଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ପୂର୍ଣ୍ଣାଙ୍ଗ କରିବାକୁ ଯେଉଁମାନେ ବ୍ୟାକୁଳ ସେମାନଙ୍କ ମନ ଓ ହୃଦୟରେ ସେ ଜୀବିତା।

‘ନେସ୍‌ନାଲ୍‌ ନ୍ୟୁଟ୍ରିସିଅନ୍‌ ମିସନ୍‌’ ଆରମ୍ଭ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜସ୍ଥାନର ଝୁଞ୍ଝୁନୁ ଗସ୍ତରେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe