ମା’କୁ ଦୁଷ୍କର୍ମ ପରେ ହତ୍ୟା କଲା ପୁଅ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ବେଙ୍ଗାଲୁରୁ : ଜନ୍ମକଲା ମା’କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ କର୍ଣ୍ଣାଟକ ପୁଲିସ ଆଜି ଜଣେ କାମାନ୍ଧ ଜହ୍ଲାଦ ଯୁବକକୁ ଗିରଫ କରିଛି। କର୍ଣ୍ଣାଟକର ହାଭେରି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ହାଭେରି ଥାନା ଅନ୍ତର୍ଗତ ବନହଲ୍ଲି ଗ୍ରାମର ଜଣେ ୨୧ ବର୍ଷୀୟ ଯୁବକ ଶିବାପ୍ପା ନିଜ ମା’ଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ପୁଲିସ ଉକ୍ତ ଯୁବକଙ୍କୁ ପଚରା ଉଚରା କରିବା ପରେ ଯୁବକ ସବୁ ମାନି ଯାଇଥିଲା।

ପୁଲିସର କହିବା ଅନୁଯାୟୀ, ଗତବର୍ଷ ଶିବାପ୍ପାର ବାପାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କର ମୃତ୍ୟୁ ପରେ ଶିବାପ୍ପା ବଳପୂର୍ବକ ମା’ଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ତେବେ ଶିବାପ୍ପାର ମା’ ଅନ୍ୟ ଜଣେ ପୁରୁଷ ସହ ସମ୍ପର୍କ ରଖୁଥି‌ଲେ। ଏହି ଘଟଣାରେ ଶିବାପ୍ପା ଅସନ୍ତୁଷ୍ଟ ଥିଲା। ମା’ ଅନ୍ୟ ପୁରୁଷ ସହ ଶାରୀରିକ ସମ୍ପର୍କ ରଖିବା ଘଟଣାକୁ ନେଇ ଶିବାପ୍ପା ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ହତ୍ୟା କରିଛି ବୋଲି ପୁଲିସ ଆଗରେ ସ୍ବୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe