ସହିଦ ଦିବସରେ ୭୩ତମ ଶ୍ରାଦ୍ଧବାର୍ଷିକୀରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରୁଛି ଭାରତ

Advertisment
ସହିଦ ଦିବସରେ ୭୩ତମ ଶ୍ରାଦ୍ଧବାର୍ଷିକୀରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରୁଛି ଭାରତ

Image Courtesy of DNA India

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାରତର ସ୍ବାଧୀନତା ପାଇଁ ଆତ୍ମବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ସମଗ୍ର ଦେଶରେ ସହିଦ ଦିବସ ପାଳନ କରାଯାଉଛି। ସ୍ବାଧୀନତା ସଂଗ୍ରାମରେ ସହିଦ ହୋଇଥିବା ସହିଦମାନଙ୍କ ସ୍ମୃତିରେ ଆଜି ଦିନ ୧୧ଟା ବେଳେ ୨ମିନିଟ୍‌ ନିରବତା ରକ୍ଷା କରିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଛନ୍ତି।

ଏହି ଅବସରରେ ଆଜି ନୂଆଦିଲ୍ଲୀର ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଏବଂ ଅନ୍ୟ ଶୀର୍ଷସ୍ତରୀୟ ରାଜନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଅହିଂସାଦ୍ବାରା ଭାରତୀୟ ସ୍ବାଧୀନତା ସଂଗ୍ରାମ ପ୍ରତି ମହାତ୍ମା ଗାନ୍ଧୀଙ୍କର ଅତୁଳନୀୟ ଅବଦାନ ନିମନ୍ତେ ଅନେକ ନେତା ଆଜି ତାଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ପଠାଉଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ପୁଣ୍ୟ ତିଥିରେ ମହାନ୍‌ ବାପୁଙ୍କ ପ୍ରତି ଶ୍ରଦ୍ଧାଜ୍ଞଳି। ତାଙ୍କ ଆଦର୍ଶ କୋଟି କୋଟି ଜନତାଙ୍କୁ ଅନୁପ୍ରେରିତ କରୁଛି।

publive-image Image Courtesy of The Economic Times

ଭାରତର ସ୍ବାଧୀନତା ଏବଂ ପ୍ରତ୍ୟେକ ଭାରତୀୟଙ୍କ ମଙ୍ଗଳ ପାଇଁ ଯେଉଁ ମହାନ୍‌ ମହିଳା ଏବଂ ପୁରୁଷମାନେ ବରୋଚିତ ଭାବେ ଆତ୍ମବଳି ଦେଇଛନ୍ତି ସହିଦ ଦିବସରେ ଆମେ ସେମାନଙ୍କୁ ସ୍ମରଣ କରୁଛୁ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେଖିଛନ୍ତି: ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କୁ ପ୍ରଣାମ କରୁଛି। ଆଜି ଦିନରେ ପୂଜ୍ୟ ବାପୁଙ୍କ ସମେତ ଦେଶକୁ ସ୍ବାଧୀନ କରିବା ଲାଗି ନିଜର ସର୍ବସ୍ବ ତ୍ୟାଗ କରିଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ଆମେ ସ୍ମରଣ କରୁଛୁ। ଏଭଳି ସମସ୍ତ ସୈନିକଙ୍କ ପ୍ରତି ମଧ୍ୟ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଟୁଇଟ୍‌ କରି କଂଗ୍ରେସ ‌କହିଛି: ମୃତ୍ୟୁ ବାର୍ଷିକୀ ଅବସରରେ ଜାତିର ଜନକଙ୍କ ପ୍ରତି ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଆଜି ଦିନକ ମଧ୍ୟ ସହିଦ ଦିବସ ଭାବେ ପାଳନ କରାଯାଏ। ଦେଶ ପାଇଁ ଜୀବନ ଦେଇଥିବା ସମସ୍ତ ସାହସୀ ପୁରୁଷ ଓ ମହିଳାଙ୍କୁ ଆମେ ଅଭିବାଦନ ଜଣାଉଛୁ।

ମହାତ୍ମା ଗାନ୍ଧୀଙ୍କର ଏକ ବାର୍ତ୍ତା ଟୁଇଟ୍‌ କରି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଲେଖିଛନ୍ତି: ଜନତାଙ୍କ ସମର୍ଥନ ବିନା ମଧ୍ୟ ସତ୍ୟ ତିଷ୍ଠି ପାରେ, ସେ ଆତ୍ମନିର୍ଭରଶୀଳ: ମହାତ୍ମା ଗାନ୍ଧୀ।  ବାପୁଙ୍କ ପୁଣ୍ୟ ତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ଆଜି ପୂର୍ବାହ୍ନ ୧୦ଟାରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସହଯୋଗ ମନ୍ତ୍ରୀ ଆଜି ଗୁଜରାଟର ଅହମଦାବାଦ ସହରସ୍ଥିତ ସାବରମତି ରିଭର୍‌ଫ୍ରଣ୍ଟ୍‌ରେ ମହାତ୍ମା ଗାନ୍ଧୀଙ୍କ ଉପରେ ପର୍ଯ୍ୟବେଶିତ ଏକ ପ୍ରାଚୀର କଳାକୃତି (ମ୍ୟୁରାଲ୍‌) ଉ‌ନ୍ମୋଚନ କରିବେ।

ସୂଚନାଯୋଗ୍ୟ, ୨୯୪୮ ମସିହା ଜାନୁଆରି ୩୦ ତାରିଖ ଦିନ ନାଥୁରାମ ଗଡ଼ସେଙ୍କ ଗୁଳି ଚୋଟରେ ମହାତ୍ମା ଗାନ୍ଧୀ ନାମରେ ସୁପରିଚି ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ମହାପ୍ରାୟାଣ ଘଟିଥିଲା। ନୂଆଦିଲ୍ଲୀସ୍ଥିତ ବିରଳା ଭବନ ପରିସରରେ ପ୍ରାର୍ଥନା ସଭାକୁ ଆସୁଥିବା ମହାତ୍ମା ଗାନ୍ଧୀଙ୍କ ଉପରକୁ ଗଡ଼ସେ ୩ଟି ଗୁଳି ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe