ମୁଲାୟମ୍‌ ସିଂହ ଯାଦବଙ୍କ ମୃତ୍ୟୁ ପାଇଁ ଉତ୍ତର ପ୍ରଦେଶରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

Advertisment
ମୁଲାୟମ୍‌ ସିଂହ ଯାଦବଙ୍କ ମୃତ୍ୟୁ ପାଇଁ ଉତ୍ତର ପ୍ରଦେଶରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

Image Courtesy of NDTV

ଲକ୍ଷ୍ନୌ: ‘ସମାଜବାଦୀ ପାଟି’ର ବିଶିଷ୍ଟ ନେତା ମୁଲାୟମ୍‌ ସିଂହ ଯାଦବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦେଶ ରାଜ୍ୟରେ ୩ ଦିନ ଧରି ରାଷ୍ଟ୍ରୀୟ ‌ଶୋକ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମ୍‌ଙ୍କ ପୁଅ ଅଖିଳେଶ ଯାଦବ ଓ ଭାଇ ରାମଗୋପାଳ ଯାଦବଙ୍କୁ ଫୋନ୍‌ କରି ସମବେଦନା ଜଣାଇଥିବା କଥା ଜଣେ ମୁଖପାତ୍ର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ସେ ଥିଲେ ସମାଜବାଦର ସ୍ତମ୍ଭ। ତାଙ୍କ ମୃତ୍ୟୁ ହେଉଛି ଗୋଟାଏ ସଂଗ୍ରାମ ଯୁଗର ଅବସାନ। ଦିବଂଗତ ଆତ୍ମାର ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ତାଙ୍କ ସମର୍ଥକଙ୍କ ପ୍ରତି ମୋର ସମବେଦନା।

publive-image Image Courtesy of NDTV

ପୂର୍ବରୁ ଉତ୍ତର ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ‌ଓ ଥରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତ ମୁଲାୟମ୍‌ ସିଂହ ଯାଦବଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଆସନ୍ତାକାଲି ସୈଫଇ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ।

୧୯୬୭ରେ ପ୍ରଥମେ ବିଧାନସଭାବକୁ ନିର୍ବାଚିତ ହୋଇଥିବା ଯାଦବ ସମୁଦାୟ ୮ଟି ବିଧାନସଭା ଓ ୭ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତାଙ୍କ ମୃତ୍ୟୁ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe