ନୂଆବର୍ଷ ଦିନ ଭାରତରେ ଜନ୍ମ ହୋଇଛନ୍ତି ୬୭, ୩୮୫ ଜଣ ଶିଶୁ

ନୂଆବର୍ଷ ଦିନ ଭାରତରେ ଜନ୍ମ ହୋଇଛନ୍ତି ୬୭, ୩୮୫ ଜଣ ଶିଶୁ

Image Courtesy of The Hindu

ନୂଆଦିଲ୍ଲୀ: ‘ୟୁନିସେଫ୍‌’ ଆକଳନ ଅନୁସାରେ, ନୂଆବର୍ଷ ଦିନ, ଅର୍ଥାତ୍‌ ଜାନୁଆରି ୧ ତାରିଖରେ ଭାରତରେ ପ୍ରାୟ ୬୭, ୩୮୫ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ସେ ଦିନ ସମଗ୍ର ବିଶ୍ୱରେ ଜନ୍ମ ଗ୍ରହଣ କରିଥିବା ୩୯୨, ୦୭୮ ଶିଶୁଙ୍କ ମଧ୍ୟରେ ଭାରତରେ ଜନ୍ମିତ ଶିଶୁ ହେଉଛନ୍ତି ୧୭%।

ସମଗ୍ର ବିଶ୍ୱରେ ଯେତେ ଶିଶୁ ଜନ୍ମ ହେଉଛନ୍ତି, ଭାରତ ଏବଂ ଅନ୍ୟ ସାତଟି ଦେଶରେ ତା’ର ପ୍ରାୟ ଅର୍ଦ୍ଧେକ ଶିଶୁ ଜନ୍ମ ହେଉଛନ୍ତି। ଅଧିକ ଶିଶୁ ଜନ୍ମ ହେଉଥିବା ଅନ୍ୟ ସାତଟି ଦେଶ ହେଉଛି- ଚୀନ୍‌ (୪୬, ୨୯୯), ନାଇଜେରିଆ (୨୬, ୦୩୯), ପାକିସ୍ତାନ (୬, ୭୮୭), ଇଣ୍ଡୋନେସିଆ (୧୩, ୦୨୦), ଯୁକ୍ତରାଷ୍ଟ୍ର ଆମେରିକା (୧୦, ୪୫୨), ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ (୧୦, ୨୪୭) ଏବଂ ଇଥିଓପିଆ (୮,୪୯୩)।

ଗତବର୍ଷ ଜୁନ୍‌ ମାସରେ ଜାତିସଂଘ ପ୍ରକାଶିତ ବିଶ୍ୱ ଜନସଂଖ୍ୟା ରିପୋର୍ଟ କହିଛି ଯେ ୨୦୨୭ ମସିହା ସୁଦ୍ଧା ଭାରତ ଚୀନ୍‌କୁ ଟପିଯାଇ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ହେବ।

publive-image Image Courtesy of Hindustan Times

‘ୟୁନିସେଫ୍‌’ ରିପୋର୍ଟ ଅନୁସାରେ,୨୦୧୮ରେ ବିଶ୍ୱରେ ଜନ୍ମିତ ଶିଶୁମାନଙ୍କ ମଧ୍ୟରୁ ୨. ୫ ନିୟୁତ ଶିଶୁ ଜନ୍ମ ହେବାର ପ୍ରଥମ ମାସରେ ମୃତ୍ୟୁ ବରଣ କରିଥିଲେ। ଏହି ଶିଶୁମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଜନ୍ମ ହେବା ଦିନ ହିଁ ମରିଥିଲେ। ମୃତ ଶୁଶୁମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଅପରିପକ୍ୱ ଅବସ୍ଥାରେ ଜନ୍ମିତ ଶିଶୁ। ଅନ୍ୟ କେତେକ ଶିଶୁ ଜନ୍ମକାଳୀନ ଜଟିଳତା, ସେପ୍‌ସିସ୍‌ ଭଳି ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଥିଲେ।

ନବବର୍ଷରେ ଜନ୍ମିତ ଶିଶୁଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ‘ୟୁନିସେଫ୍‌’ ମହୋତ୍ସବ ପାଳନ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe