ବେଲଗ୍ରେଡ୍: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଜିରୋ ନାଇଟ୍ରେ ବିଶ୍ବର ବହୁ ଦେଶରେ ଲୋକ ଏକତ୍ରିତ ହୋଇଥିବା ବେଳେ ସର୍ବିଆର ଲୋକେ ଉତ୍ସବ ପାଳନ କରିବା ପରିବର୍ତ୍ତେ ସରକାରଙ୍କ ବିରୋଧୀ ନିରବ ପ୍ରଦର୍ଶନ କରିଛନ୍ତି। ଗତ ଦୁଇ ମାସ ଧରି ଚାଲିଥିବା ଏହି ବିରୋଧ ନୂଆବର୍ଷ ଉତ୍ସବରେ ମଧ୍ୟ ଜାରି ରହିଛି। ଏହା ନ୍ୟାୟ ଦାବି ନେଇ ସର୍ବିଆର ଲୋକଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।
ମଙ୍ଗଳବାର ରାତିରେ ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ବାଗତ ପାଇଁ ସମଗ୍ର ବିଶ୍ୱ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିବାବେଳେ ସର୍ବିଆର ହଜାର ହଜାର ଲୋକ ବେଲଗ୍ରେଡ୍ ଏବଂ ସର୍ବିଆର ଅନ୍ୟାନ୍ୟ ସହରରେ ଏକାଠି ହୋଇ ସରକାରଙ୍କ ବିରୋଧରେ ନିରବ ପ୍ରଦର୍ଶନ କରିଥିଲେ।
ରାଜନୈତିକ ସଂସ୍କାର ଏବଂ ନ୍ୟାୟ ଦାବି କରୁଥିବା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ନେତୃତ୍ୱରେ ଲୋକେ ପ୍ରଦର୍ଶନ କରିଥିଲେ। ନଭେମ୍ବର ୧ରେ ଘଟିଥିବା ରେଳ ଷ୍ଟେସନରେ ଛାତର ଏକ ଅଂଶ ଭାଙ୍ଗିବା ଦୁର୍ଘଟଣା ପରେ ଦେଶରେ ପ୍ରତିଦିନ ବିରୋଧ ପ୍ରଦର୍ଶନ କରାଯାଉଛି। ଏଠାରେ ଲୋକମାନେ ମଧ୍ୟ ବିରୋଧ କରି ନୂଆବର୍ଷ ପାଳନ କରିଛନ୍ତି।
ନଭେମ୍ବର ୧ ରେ, ନୋଭି ସାଡ ରେଳ ଷ୍ଟେସନର ଛାତର କିଛି ଅଂଶ ଭୁଶୁଡ଼ିବା ପରେ ୧୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ସର୍ବିଆ ସରକାରଙ୍କର ଦୁର୍ନୀତି ଏବଂ ଖରାପ ନିର୍ମାଣକୁ ସେଠାକାର ଲୋକମାନେ ଦାୟୀ କରୁଛନ୍ତି। ଏହି ଦୁର୍ଘଟଣା ପରେ ସାରା ଦେଶରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଲୋକମାନେ ସରକାରଙ୍କ ଇସ୍ତଫା ଦାବି କରୁଛନ୍ତି। ନୂଆବର୍ଷ ରାତିରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ।
ବେଲଗ୍ରେଡ୍ର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ “ନୂଆ ବର୍ଷ ନାହିଁ - ତୁମେ ତଥାପି ପୁରୁଣା ବର୍ଷ ପରି” ସ୍ଲୋଗାନ ଦେଇ ଏକ ନୂତନ ବର୍ଷର ବିରୋଧର ଆୟୋଜନ କରିଥିଲେ। ପ୍ରଦର୍ଶନ ସମୟରେ ଜନତା 'ଆମେ ନ୍ୟାୟ ଚାହୁଁ' ଭଳି ସ୍ଲୋଗାନ ଦେଇଥିଲେ, ଅନେକ ଲୋକ ସେମାନଙ୍କ ହାତରେ ନାଲି ରଙ୍ଗ ଲଗାଇ ସରକାର ବିରୋଧୀ ବ୍ୟାନର ଧରିଥିଲେ। ନୋଭି ଦୁଃଖଦ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସ୍ମରଣ କରି ସେମାନେ ରାତି ୧୧ଟା ୫୨ରୁ ୧୫ ମିନିଟର ନିରବତା ମଧ୍ୟ ପାଳନ କରିଥିଲେ।
Happy new years :)
— makemake (@makemake_kbo) December 31, 2024
Protest in front of the Belgrade faculty of philology pic.twitter.com/OwPq31asMZ
ଅଧିକ ପଢ଼ନ୍ତୁ: ଚୀନ୍ର ଦାଦାଗିରି: ପୁଣି ତାଇୱାନ ସୀମାକୁ ପଠାଇଲା ୨ଯୁଦ୍ଧବିମାନ-୭ଯୁଦ୍ଧପୋତ
ସରକାର ବିରୋଧୀ ବିକ୍ଷୋଭକାରୀମାନେ ଜୋର ଦେଇଛନ୍ତି ଯେ, ନୂଆବର୍ଷ ଉତ୍ସବ ପାଳନ ସତ୍ତ୍ୱେ ନ୍ୟାୟ ଦାବି କରିବାକୁ ସେମାନଙ୍କର ପ୍ରତିବଦ୍ଧତା ଦୃଢ଼ ରହିଛି। ଛାତ୍ର-ନେତୃତ୍ୱାଧୀନ ଆନ୍ଦୋଳନ ପ୍ରଫେସର, କୃଷକ ଏବଂ ଅଭିନେତାଙ୍କ ସମେତ ବିଭିନ୍ନ ସାମାଜିକ ଗୋଷ୍ଠୀର ସମର୍ଥନ ପାଇଛି,। ସ୍ବାଧୀନ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଭ୍ୟୁଚିକ୍ଙ୍କ ନେତୃତ୍ୱରେ ସରକାରଙ୍କ ଉପରେ ଅସନ୍ତୋଷ ନେଇ ପ୍ରଦର୍ଶନ ଜାରି ରହିଛି।
ଅଧିକ ପଢ଼ନ୍ତୁ: ପ୍ରଶାସନିକ ଓ ରାଜନୈତିକ ପଟ୍ଟ ପରିବର୍ତ୍ତନ, ନୂଆବର୍ଷରେ ନୂଆ ରୂପରେ କୋରାପୁଟ