ନାଗରିକତା ଆଇନ ପ୍ରତିବାଦ ବିପକ୍ଷରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ; ହିଂସା ବନ୍ଦ ହେଲେ ଆବେଦନ ଗ୍ରହଣ କରିବେ ସୁପ୍ରିମ୍‌ କୋର୍ଟ

Advertisment
ନାଗରିକତା ଆଇନ ପ୍ରତିବାଦ ବିପକ୍ଷରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ; ହିଂସା ବନ୍ଦ ହେଲେ ଆବେଦନ ଗ୍ରହଣ କରିବେ ସୁପ୍ରିମ୍‌ କୋର୍ଟ

Image Source: Hindustan Times

ନୂଆଦିଲ୍ଲୀ: ଦଙ୍ଗା ବନ୍ଦ ହେବା ପରେ ହିଁ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ଘଟିଥିବା ହିଂସା ଘଟଣାର ଆବେଦନର ଶୁଣାଣି କରିବେ ବୋଲି ସୋମବାର ଦିନ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ କହିଛନ୍ତି।

ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଏବଂ ଆଲିଗଡ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟର ଘଟଣାକୁ ଅଦାଲତ ଆପଣାଛାଏଁ ବିଚାରକୁ ନେଉ ବୋଲି ଓକିଲ ଇନ୍ଦିରା ଜୟସିଂହ ଆବେଦନ କରିବାରୁ ଭାରତର ପ୍ରଧାନ ବିଚାରପତି ବୋବ୍‌ଡ଼େ କହିଲେ: ଆମେ ଅଧିକାର ନିର୍ଦ୍ଧାରଣ କରିବୁ, କିନ୍ତୁ ଦଙ୍ଗାମୟ ପରିସ୍ଥିତି ମଧ୍ୟରେ ନୁହେଁ। ଏ ସବୁ ବନ୍ଦ ହେଉ। ତା’ପରେ ଆମେ ଆପଣାଛାଏଁ ମାମଲା ବିଚାରକୁ ନେବୁ। ଆମେ ଅଧିକାର ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦର ବିରୁଦ୍ଧାଚରଣ କରୁନାହୁଁ।

ଜୟସିଂହ ଅଦାଲତଙ୍କୁ କହିଲେ, ସମଗ୍ର ଦେଶରେ ମାନବିକ ଅଧିକାର କ୍ଷୁଣ୍ଣ ହେବା ବଡ଼ ସାଙ୍ଘାତିକ କଥା।

publive-image Photo Credit: ANI

ପ୍ରଧାନ ବିଚାରପତି କହିଲେ, ଏହାର ଅର୍ଥ ନୁହେଁ ଯେ ଛାତ୍ର ହେଲେ ବୋଲି ସେମାନେ ଆଇନଶୃଙ୍ଖଳା ହାତକୁ ନେଇଯିବେ। ପରିସ୍ଥିତି ଶାନ୍ତ ହେବା ପରେ ଏ କଥା ନିର୍ଣ୍ଣୟ କରାଯିବ। କୌଣସି ଘଟଣା ଉପରେ ନିର୍ଣ୍ଣୟ ନେବାର ମାନସିକ ଅବସ୍ଥା ଏଇଟା ନୁହେଁ। ଦଙ୍ଗା ବନ୍ଦ ହେଉ।

ଭିଡିଓ ଦେଖିବାକୁ କହି କଲିନ୍‌ ଗନ୍‌ସାଲ୍‌ଭେସ୍‌ ନାମରେ ଅନ୍ୟ ଜଣେ ବରିଷ୍ଠ ଆଡ୍‌ଭୋକେଟ୍‌ ଜଣେ ଅବସରପ୍ରାପ୍ତ ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଇବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ପ୍ରଧାନ ବିଚାରପତି କହିଲେ, ଆମେ ଭିଡିଓ ଦେଖିବାକୁ ଚାହୁଁନାହୁଁ। ଯଦି ହିଂସା, ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ ଚାଲିବ, ଆମେ ଏ ପ୍ରସଙ୍ଗରେ ଶୁଣାଣି କରିବୁ ନାହିଁ।

ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରାଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe