ndtv.com
ନୂଆଦିଲ୍ଲୀ: ପଞ୍ଜାବର ମୋହଲିରେ ଥିବା ପଞ୍ଜାବ ପୁଲିସ୍ର ଇଣ୍ଟେଲିଜେନ୍ସ ଅଫିସ୍ ଉପରେ ସୋମବାର ସଂଧ୍ୟାରେ ଗ୍ରେନେଡ୍ ଆକ୍ରମଣ ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍। ସେ ତାଙ୍କର ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ଲେଖିଛନ୍ତି, ‘ମୋହଲିରେ ହୋଇଥିବା ବିସ୍ଫୋରଣକୁ ନେଇ ପଞ୍ଜାବ ପୁଲିସ ତଦନ୍ତ କରୁଛି। ପଞ୍ଜାବର ବାତାବରଣକୁ ନଷ୍ଟ କରିବାକୁ ଚାହୁଁଥିବା କୌଣସି ବି ବ୍ୟକ୍ତିଙ୍କୁ କ୍ଷମା ଦିଆଯିବ ନାହିଁ।’
ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବି ମତ ରଖିଛନ୍ତି। ସେ କହିଛନ୍ତି କି ଏହା ଏକ କାପୁରୁଷତାର କାର୍ଯ୍ୟ। ଦୋଷୀମାନେ ଖୁବ୍ ଶୀଘ୍ର ଦଣ୍ଡିତ ହେବେ।
ଉଲ୍ଲେଖଯୋଗ୍ୟ, ପଞ୍ଜାବର ମୋହଲିରେ ଥିବା ପଞ୍ଜାବ ପୁଲିସ୍ର ଇଣ୍ଟେଲିଜେନ୍ସ ଅଫିସ୍ ଉପରେ ସୋମବାର ସଂଧ୍ୟାରେ ଗ୍ରେନେଡ୍ ଆକ୍ରମଣ ହୋଇଥିବା ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨ ଜଣ ସଂଦିଗ୍ଧ କାର୍ରେ ଆସି ଇଣ୍ଟେଲିଜେନ୍ସ ଅଫିସରୁ ୮୦ ମିଟର ଦୂରରେ ଥିବା ଆର୍ପିଜି ନିକଟରେ ରହି ଅଫିସ ଉପରକୁ ରକେଟ୍ ଚାଳିତ ଗ୍ରେନେଡ୍ରେ ଆକ୍ରମଣ କରିଥିଲେ। ଏହି ରକେଟ୍ରୁ ଲଗାତାର ଗ୍ରେନେଡ୍ ବର୍ଷଣ ହୋଇଥିବା ସୂଚନା ରହିଛି।
ଏହି ସାମାନ୍ୟ ବିସ୍ଫୋରଣ ପଞ୍ଜାବ ପୁଲିସ୍ର ଇଣ୍ଟେଲିଜେନ୍ସ ଅଫିସ୍ର ତୃତୀୟ ମହଲାରେ ହୋଇଛି। ଏଥିରେ ଝରକା ଭାଙ୍ଗିବା ସହ ଅଳ୍ପ କିଛି କ୍ଷୟକ୍ଷତି ଘଟିଛି। ତେବେ ଏହି ଘଟଣାକୁ ତଦନ୍ତ କରିବାକୁ ଜାତୀୟ ତଦନ୍ତକାରୀ ଏଜେନ୍ସି ତା’ର ଏକ ଟିମ୍ ପ୍ରେରଣ କରିବ।
ଏସ୍ଏଏସ୍ ନଗରର ସେକ୍ଟର ୭୭ରେ ଥିବା ପଞ୍ଜାବ ପୁଲିସ୍ର ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ସଂଧ୍ୟା ୭.୪୫ ସମୟରେ ଏହି ବିସ୍ଫୋରଣ ଘଟିଛି।
Follow Us