ବିମାନ ଦ୍ବାରରେ କାହିଁକି ଅଧଘଣ୍ଟା ହାତଜାକି ଠିଆ ହେଲେ କତର୍‌ ଗସ୍ତରେ ଯାଇଥିବା ଜର୍ମାନ୍‌ ରାଷ୍ଟ୍ରପତି

Advertisment
ବିମାନ ଦ୍ବାରରେ କାହିଁକି ଅଧଘଣ୍ଟା ହାତଜାକି ଠିଆ ହେଲେ କତର୍‌ ଗସ୍ତରେ ଯାଇଥିବା ଜର୍ମାନ୍‌ ରାଷ୍ଟ୍ରପତି

Image Courtesy of India Today

ନୂଆଦିଲ୍ଲୀ: ବୁଧବାର ଦିନ କତର୍‌ ଗସ୍ତରେ ଯାଇଥିବା ଜର୍ମାନ୍‌ ରାଷ୍ଟ୍ରପତି ଫ୍ରାଙ୍କ୍‌-ୱାଲ୍‌ଟର୍‌ ଷ୍ଟାଇନ୍‌ମାୟର୍‌ ଦୋହାରେ ଅବତରଣ କରିଥିବା ବିମାନର ଦ୍ବାରରେ ପ୍ରାୟ ୩୦ ମିନିଟ୍‌ ହାତଜାକି ଠିଆ ହୋଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଏ ସଂକ୍ରାନ୍ତରେ ଜର୍ମାନ୍‌ ସମ୍ବାଦ ପ୍ରସାରଣକାରୀ ‘ଡିଡବ୍ଲୁ’ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି ଯେ, ସ୍ବାଗତ କରିବା ନିମନ୍ତେ ବିମାନ ବନ୍ଦରରେ କତର୍‌ ସରକାରୀ କର୍ତ୍ତୃପକ୍ଷଙ୍କ ଅନୁପସ୍ଥିତି ଯୋଗୁଁ ସେ ବିମାନରୁ ତଳକୁ ଓହ୍ଲାଇ ପାରି ନ ଥିଲେ।

publive-image Image Courtesy of DW

ବିମାନ ବନ୍ଦରରେ କତର୍‌ସ୍ଥିତ ଜର୍ମାନିର ରାଷ୍ଟ୍ରଦୂତ ଓ ‘ମିଲିଟାରି ଅନର୍‌ ଗାର୍ଡ’ ଉପସ୍ଥିତ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଲା। କତର୍‌ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଲ୍‌ତାନ୍‌ ଅଲ୍‌-ମୁରାଇଚାଇ ବିମାନ ବନ୍ଦରରେ ନ ପହଞ୍ଚିବା ପର୍ଯ୍ୟନ୍ତ ଔପଚାରିକତା ଆରମ୍ଭ ହୋଇ ପାରି ନ ଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

କିନ୍ତୁ, ବିଳମ୍ବ ହେଲେ ବି ଜର୍ମାନ୍‌ ରାଷ୍ଟ୍ରପତି ଷ୍ଟାଇନ୍‌ମାୟର୍‌ କତର୍‌ର ଶାସକ ଶେଖ୍‌ ତମିମ୍‌ ବିନ୍‌ ହମାଦ୍‌ ଅଲ୍‌ ଥାନିଙ୍କ ସହିତ ହେବାକୁ ଥିବା ବୈଠକରେ ପହଞ୍ଚିବା ପାଇଁ ଠିକ୍‌ ସମୟରେ ବିମାନ ବନ୍ଦରରୁ ବାହାରି ଯାଇଥିଲେ।

କତର୍‌ରେ ମାତ୍ର ୩ ଘଣ୍ଟା ରହଣି ସମୟରେ ରାଷ୍ଟ୍ରପତି ଷ୍ଟାଇନ୍‌ମାୟର୍‌ ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଜର୍ମାନ ନାଗରିକଙ୍କ ମୁକ୍ତି ଉପରେ ଗୁରୁତ୍ବାରୋପ କରିଥ‌ିଲେ। କତର୍‌ ଶାସକଙ୍କ ସହିତ ବୈଠକ ସମ୍ପନ୍ନ ହେବା ପରେ ଦୋହାଠାରେ ସେ ସାମ୍ବାଦିକମାନଙ୍କୁ କହିଲେ, ଜର୍ମାନ୍‌ ପଣବନ୍ଦୀଙ୍କୁ ମୁକ୍ତ କରିବା ଲାଗି କତର୍‌ ସାଧ୍ୟମତେ ଉଦ୍ୟମ କରିବ ବୋଲି ମୁଁ ସୁନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe