ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା କଥାଟି ଗୁଜବ; ଖୁବ୍‌ ଅପମାନଜନକ ଏବଂ ଅରୁଚିକର: ନିକି ହେଲି

Advertisment
ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା କଥାଟି ଗୁଜବ; ଖୁବ୍‌ ଅପମାନଜନକ ଏବଂ ଅରୁଚିକର: ନିକି ହେଲି

Image Courtesy of Deccan Chronicle

ଓ୍ଵାସିଂଟନ୍‌: ଜାତିସଙ୍ଘସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲିଙ୍କର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା ଗୁଜବକୁ ନିକି ହେଲି ସମାଲୋଚନା କରି କହିଛନ୍ତି: ଏହା ଖୁବ୍‌ ଅପମାନଜନକ ଏବଂ ଅରୁଚିକର।

ଟ୍ରମ୍ପ୍‌ଙ୍କର ଆଫେୟାର୍‌ ରହିଛି। କାହା ସହିତ ରହିଛି ଏ ପୁସ୍ତକରେ ତାହା ଟିକିନିଖି ଭାବେ ଉଲ୍ଲେଖ ଅଛି ବୋଲି ବହୁଳ ବିକ୍ରୟ ହେଉଥିବା ପୁସ୍ତକ ‘ଫାୟାର୍‌ ଆଣ୍ଡ୍‌ ଫ୍ୟୁରି’’ର ଲେଖକ ମାଇକେଲ୍‌ ଉଲ୍‌ଫ୍‌ ଏକ ସାକ୍ଷାତ୍‌କାରରେ କହିବା ପରେ ଏ ଭଳି ଗୁଜବର ସୂତ୍ରପାତ ହୋଇଥିଲା।

ପୁସ୍ତକରେ ଉଲ୍‌ଫ୍‌ ଲେଖିଛନ୍ତି ଯେ ଟ୍ରମ୍ପ୍‌ଙ୍କ ପ୍ରଶାସନର ହାଇପ୍ରୋଫାଇଲ୍‌ ମହିଳା ହେଲି ରାଷ୍ଟ୍ରପତିଙ୍କ ଉତ୍ତରାଧୀକାରିଣୀ ଭଳି ନିଜକୁ ପ୍ରତିପାଦିତ କରୁଛନ୍ତି।

ଆମେରିକୀୟ ରାଷ୍ଟ୍ରପତିକଙ୍କ ସହ ରୋମାଣ୍ଟିକ୍‌ ଆଫେୟାର୍ସ ଥିବା କଥାକୁ ଗୁରୁବାର ଦିନ ‘ପଲିଟିକୋ’ସ୍‌ ଉଇମିନ୍‌ ରୁଲ୍‌ ପୋଡ୍‌କାଷ୍ଟ୍‌ ସହ ଏକ ସାକ୍ଷାତ୍‌କାରରେ ହେଲି ଖଣ୍ଡନ କରିଛନ୍ତି।

ହେଲି କହିଥିଲେ, ଏଇଟା ନିହାତି ମିଛ କଥା। ଖୁବ୍‌ ଅପମାନଜନକ ଆଉ ଅରୁଚିକର।

ରାଷ୍ଟ୍ରପତିଙ୍କ ବିମାନ ଏବଂ ଓଭାଲ୍‌ ଅଫିସ୍‌ରେ ବହୁ ଅଣଆନୁଷ୍ଠାନିକ ସମୟ ବିତାଉଛନ୍ତି ବୋଲି ନିଜ ବହିରେ ଉଲ୍‌ଫ୍‌ କରିଥିବା ଆକଳନକୁ ସେ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି: ମୁଁ ଥରେ ମାତ୍ର ଏୟାର୍‌ ଫୋର୍ସ ଓ୍ଵାନ୍‌କୁ ଯାଇଥିଲି। ମୁଁ ଥିଲାବେଳେ ସେଥିରେ ଅନ୍ୟ କେତେକ ଲୋକ ମଧ୍ୟ ଉପସ୍ଥିତ ଥିଲେ।

ମୋର ରାଜନୈତିକ ଭବିଷ୍ୟତ ନିମନ୍ତେ ଓଭାଲ୍‌ରେ ରାଷ୍ଟ୍ରପତିଙ୍କ ସହ ମୁଁ ବହୁ ଆଲୋଚନା କରୁଛି ବୋଲି ଉଲ୍‌ଫ୍‌ ଦାବି କରିଛନ୍ତି। କିନ୍ତୁ, ମୁଁ ମୋ ଭବିଷ୍ୟତ ବିଷୟରେ କେବେ କିଛି କହିନାହିଁ। ମୁଁ କେବେହେଲେ ତାଙ୍କ ପାଖରେ ଏକୁଟିଆ ରହେନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe