Bihar : ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ନୂଆ ସରକାର ଗଠନ ନେଇ ଏକ ନୂଆ ଅପଡେଟ ଆସିଛି । ରବିବାର, ଜେଡିୟୁ ଏବଂ ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟରେ ଅନୁଷ୍ଠିତ କେତେକ ବୈଠକ ଫଳରେ ନୂଆ ସରକାରର କ୍ୟାବିନେଟ୍ ଗଠନ ଉପରେ ନିଷ୍ପତ୍ତି ନିଆଯାଇଛି। 

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିହାରରେ ଏନଡିଏ ମେଣ୍ଟ ଭିତରେ ମନ୍ତ୍ରୀ ନିଯୁକ୍ତି ପାଇଁ ଫର୍ମୁଲା ଚୂଡ଼ାନ୍ତ ହୋଇଛି। ଏହା ୬-୧ ଆଧାରରେ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ହେଉଛି ପ୍ରତି ଛଅ ଜଣ ବିଧାୟକଙ୍କ ପାଇଁ ଜଣେ ମନ୍ତ୍ରୀ ସରକାରଙ୍କ କ୍ୟାବିନେଟରେ ଯୋଗ ଦେଇପାରିବେ। ଏହି ଫର୍ମୁଲା ଅନୁସାରେ ବିଜେପିରୁ ୧୬ ଜଣ ବିଧାୟକ ମନ୍ତ୍ରୀ ହୋଇପାରନ୍ତି । ସେହିପରି ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଜେଡିୟୁରୁ ହେବେ । ଏଲଜେପିରୁ ୩ ଜଣ ମନ୍ତ୍ରୀ ତଥା ହମ ଓ ଆରଏଲଏମରୁ ଜଣେ ଲେଖାଏଁ ମନ୍ତ୍ରୀ ହୋଇପାରନ୍ତି ।

ଆହୁରି ପଢନ୍ତୁ : Bihar Elections: ମୋ ଅଭିଶାପ ଫଳିଲା…ଆରଜେଡି ୨୫ ଆସନ ପାଇଲା...

ସୂଚନାଯୋଗ୍ୟ ଯେ ବିହାରରେ ଏନଡିଏକି ୨୦୨ଟି ଆସନ ମିଳିଛି । ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଲବ୍ଧତା ଅନୁସାରେ ତାରିଖ ଓ ସମୟ ଚୂ଼ଡ଼ାନ୍ତ କରାଯିବ । 

ଆହୁରି ପଢନ୍ତୁ : Bihar: ୨୦ରେ ନୂଆ ସରକାରର ଶପଥ ଗ୍ରହଣ  ! ଗାନ୍ଧୀ ମୈଦାନ ସିଲ୍