ବିବାହ ବାର୍ଷିକୀରେ ପତ୍ନୀଙ୍କୁ ‘ଚନ୍ଦ୍ର‌ରେ ଜମି’ ଉପହାର ଦେଲେ ରାଜସ୍ଥାନ ଯୁବକ

Advertisment
ମାଗଣାରେ ଜହ୍ନ ଆଡେ ବୁଲିଯିବେ କି? ଏହି କୋଟିପତି ଦେଉଛନ୍ତି ସୁଯୋଗ

Daily Express

ଜୟପୁର : ରାଜସ୍ଥାନର ଅଜ୍‌ମେରରେ ‌ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ବିବାହ ବାର୍ଷିକୀରେ ଏକ ଜମି ଉପହାର ଦେଇଛନ୍ତି। ତେବେ ଏହା ସେମିତି କୌଣସି ମାମୁଲି ଜମି ନୁହେଁ। ଏହି ଜାଗାର ବିଶେଷତ୍ବ ହେଉଛି ଏହା ଚନ୍ଦ୍ରରେ ଅବସ୍ଥିତ। ଚନ୍ଦ୍ରରେ ଜମି ଉପହାର ଦେଇ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ସବୁଠୁ ବଡ଼ ଉପହାର ଦେଇଛନ୍ତି। ଧର୍ମେନ୍ଦ୍ର ଅନିଜାଙ୍କ ପତ୍ନୀ ସପ୍ନା ଶାହରୁଖ ଏବଂ ସ୍ବର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ପରି ଚନ୍ଦ୍ରରେ ଜାଗା କିଣିଛନ୍ତି।

ନ୍ୟୁୟର୍କ ସହରର ଏକ କମ୍ପାନି ଲୁନାର ସିଟି ଇଣ୍ଟରନ୍ୟାସନାଲ୍‌ ଦ୍ବାରା ଧର୍ମେନ୍ଦ୍ର ଏହି ଜମି କିଣିଥିଲେ ଏବଂ ଏହାକୁ ତାଙ୍କ ପତ୍ନୀଙ୍କୁ ଉପହାର ଦେଇଥିଲେ। ଚନ୍ଦ୍ରରେ ଜାଗା କିଣିବା ପ୍ରକ୍ରିୟା ଶେଷ କରିବାପାଇଁ ତାଙ୍କୁ ଗୋଟିଏ ବର୍ଷ ଲାଗିଥିଲା। ଧର୍ମେନ୍ଦ୍ର କହିଛନ୍ତି, ସମସ୍ତେ କାର୍‌ ଏବଂ ଗହଣା ପରି ଉପହାର ଦେବାକୁ ଚାହାନ୍ତି କିନ୍ତୁ ମୁଁ କିଛି ଭିନ୍ନ କରିବାକୁ ପସନ୍ଦ କଲି। ତେଣୁ ମୁଁ ଚନ୍ଦ୍ରରେ ଜାଗା କିଣିଲି ବୋଲି ସେ କହିଛନ୍ତି। ଇଣ୍ଡରନ୍ୟାସନାଲ୍‌ ଲୁନାର ଲ୍ୟାଣ୍ଡ୍‌ ରେଜିଷ୍ଟ୍ରି ବିଭିନ୍ନ ନାଁ ଅଧୀନରେ ଚନ୍ଦ୍ରରେ ଜମି ବିକୁଛି। ତଥା ବେ ଅଫ୍‌ ରେନ୍‌ବୋଗ୍‌, ସି ଅଫ୍‌ ରେନ୍‌ସ, ଲେକ୍‌ ଅଫ୍‌ ଡ୍ରିମ୍‌ସ, ସି ଅଫ୍‌ ଟ୍ରାନ୍‌କ୍ବିଲିଟି, ଦ ଲୁନାର ଆଲ୍‌ପସ, ସି ଅଫ୍‌ କ୍ଲାଉଡ୍‌ସ ଏବଂ ଓସେନ୍‌ ଅଫ୍‌ ଷ୍ଟର୍ମ‌୍‌ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe