ନୂଆ ନୀତିର ପ୍ରଥମ ଦିନରେ ୮୦ ଲକ୍ଷ ଲୋକଙ୍କୁ ଟିକା, ଦେଶରେ ମୋଟ୍‌ ଟିକାକରଣ ସଂଖ୍ୟା ୨୮ କୋଟି ଟପିଲା

Advertisment

୮୮ ଦିନରେ ସର୍ବନିମ୍ନ ସଂକ୍ରମଣ, ଦୈନିକ ମାମଲା ୫୩,୨୫୬

୮୮ ଦିନରେ ସର୍ବନିମ୍ନ ସଂକ୍ରମଣ, ଦୈନିକ ମାମଲା ୫୩,୨୫୬

ମିଶ୍ର ଟିକା ନେବା ସପକ୍ଷରେ ବିଶେଷଜ୍ଞ କମିଟି

The Indian Express

ନୂଆଦିଲ୍ଲୀ : ଦେଶରେ ସୋମବାରଠାରୁ କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଲାଗୁ ହୋଇଛି। ନୂଆ ଟିକା ନୀତି ଲାଗୁ ହେବାର ପ୍ରଥମ ଦିନରେ ୮୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। କୋୱିନ୍ ଆପ୍‌ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ରାତି ୮ଟା ୩୦ ସୁଦ୍ଧା ମୋଟ ୮୦ ଲକ୍ଷ ୯୬ ହଜାର ୪୧୭ ଜଣଙ୍କୁ ଟିକା ଦିଆଯାଇଛି। ସୋମବାରଠାରୁ କେନ୍ଦ୍ର ସରକାର ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ମାଗଣା ଟିକା‌କରଣ ଆରମ୍ଭ କରିଛନ୍ତି ଏବଂ ସମସ୍ତ ଦାୟିତ୍ବ ରାଜ୍ୟମାନଙ୍କଠାରୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଶେଷ ଥର ଗତ ଏପ୍ରିଲ ୨ରେ ଦେଶରେ ସର୍ବାଧିକ ୪୨,୬୫,୧୫୭ ଡୋଜ୍‌ ଟିକା ଦିଆଯାଇଥିଲା।

ଦେଶରେ ମୋଟ୍‌ ଟିକାକରଣ ସଂଖ୍ୟା ୨୮ କୋଟି ଟପିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ଆଜି ସକାଳ ୭ଟା ସୁଦ୍ଧା ମୋଟ୍‌ ୨୮,୦୦,୩୬,୮୯୮ ଟିକା ଡୋଜ୍‌ ଦିଆସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ଆଜିଠାରୁ ପ୍ରତି ଭାରତୀୟଙ୍କ ପାଇଁ ମାଗଣା ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସର୍ବବୃହତ୍‌ ହିତାଧିକାରୀ ହେଉଛନ୍ତି ଗରିବ, ମଧ୍ୟବିତ୍ତ ଶ୍ରେଣୀ ଏବଂ ଦେଶର ଯୁବଗୋଷ୍ଠୀ। ଟିକା ନେଇ ଆମେ ଏକାଠି କରୋନାକୁ ହରାଇବା ବୋଲି ମୋଦୀ କହିଛନ୍ତି। ରେକର୍ଡ ସଂଖ୍ୟକ ଟିକାକରଣ ହୋଇଥିବାରୁ ମୋଦୀ ଆନନ୍ଦ ବ୍ୟକ୍ତ କରିଛନ୍ତି। ଲକ୍‌ଡାଉନ୍‌ ଏବଂ କଟକଣାକୁ କୋହଳ କରିବା ସହ ଅନେକ ରାଜ୍ୟ ଟିକାକରଣକୁ ତ୍ବରାନ୍ବିତ କରିଛନ୍ତି। ହରିୟାଣା ଆଜି ୨ ଲକ୍ଷ ଲୋକଙ୍କୁ ଟିକା ଦେବାପାଇଁ ଲକ୍ଷ୍ୟ ରଖିଥିଲା। ଗୁରୁଗ୍ରାମ୍‌ ସ୍ବାସ୍ଥ୍ୟ ବିଭାଗ ଅପରାହ୍ନ ୨ଟା ମଧ୍ୟରେ ୪୫,୭୨୮ ଲୋକଙ୍କୁ ଟିକା ଦେଇଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ନୂଆ ସଂକ୍ରମଣ ମାମଲା ଆଜି ୫୩,୨୫୬ ରହିଛି। ୮୮ ଦିନର ଏହା ସର୍ବନିମ୍ନ ସଂକ୍ରମଣ। ଲଗାତାର ୧୪ ଦିନ ଧରି ଦେଶରେ ଦୈନିକ ନୂଆ ମାମଲା ୧ ଲକ୍ଷରୁ କମ୍‌ ରହିଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୯,୯୩୫,୨୨୧ ରେ ପହଞ୍ଚିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୧,୪୨୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ମୋଟ୍‌ ମୃତ୍ୟୁସଂଖ୍ୟା ୩,୮୮୧,୩୫‌ରେ ପହଞ୍ଚିଛି। ଗତକାଲି ୭୮,୧୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଲଗାତାର ୩୯ ଦିନ ଧରି ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣଠାରୁ ଅଧିକ ରହୁଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୩.୮୩ ପ୍ରତିଶତ ରହିଛି।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୮୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷରେ ଏହା ଦିଲ୍ଲୀର ସର୍ବନିମ୍ନ ସଂକ୍ରମଣ। ଅନ୍ୟପକ୍ଷେ ଦିଲ୍ଲୀରେ କୋଭିଡ୍‌ ପଜିଟିଭ୍‌ ହାର ୦.୧୬ ପ୍ରତିଶତ ରହିଛି। ଗତ ଫେବ୍ରୁଆରି ୧୬ରେ ଶେଷଥର ପାଇଁ ଦିଲ୍ଲୀରେ ସର୍ବନିମ୍ନ ସଂକ୍ରମଣ ଚିହ୍ନଟ ହୋଇଥିଲା। ସେଦିନ ଦିଲ୍ଲୀରେ ୯୪ ନୂଆ ମାମଲା ଥିଲା ଏବଂ ଦୈନିକ ପଜିଟିଭ୍‌ ହାର ୦.୧୭ ପ୍ରତିଶତ ଥିଲା। ଦିଲ୍ଲୀରେ ସକ୍ରିୟ ମାମଲା ଏବେ ୨ ହଜାର ତଳକୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe