ଚୀନ ସୈନ୍ୟଙ୍କୁ ଦୀପାବଳି ମିଠା ବାଣ୍ଟିଲେ ଭାରତୀୟ ସୈନ୍ୟ

ଦୀପାବଳି ଅବସରରେ ଭାରତ ଓ ଚୀନର ସୈନିକ ପରସ୍ପରକୁ ମିଠା ଖାଇବାକୁ ଦେଇଛନ୍ତି । ନିକଟରେ ଡେପସାଙ୍ଗ ଓ ଡେମଚୋକରୁ ସେନା ପ୍ରତ୍ୟାହାର ନେଇ ଭାରତ ଓ ଚୀନ୍ ରାଜି ହୋଇଥିଲେ।

lac

ଲେହ  : ପୂର୍ବ ଲଦାଖରେ ଡେପସାଙ୍ଗ ଓ ଡେମଚୋକରେ ଭାରତ ଓ ଚୀନ୍ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର କାର‌୍ୟ୍ୟ ଶେଷ ହୋଇଛି। ଭାରତ-ଚୀନ ପ୍ରକୃତ ନିୟନ୍ତ୍ରମ ରେଖାରେ ପଛକୁ ହଟିଛନ୍ତି ଉଭୟ ଦେଶର ସୈନିକ । ଆଜି କିମ୍ବା ଆସନ୍ତାକାଲିଠାରୁ ଉଭୟ ଦେଶର ସେନା ଏଠାରେ ପାଟ୍ରୋଲିଂ ଆରମ୍ଭ କରିବେ। ସେପଟେ ଆଜି ଦୀପାବଳି ଅବସରରେ ଉଭୟ ଦେଶର ସୈନିକ (ଭାରତ ଓ ଚୀନ) ପରସ୍ପରକୁ ମିଠା ଖାଇବାକୁ ଦେଇଛନ୍ତି । ନିକଟରେ ଡେପସାଙ୍ଗ ଓ ଡେମଚୋକରୁ ସେନା ପ୍ରତ୍ୟାହାର ନେଇ ଭାରତ ଓ ଚୀନ୍ ରାଜି ହୋଇଥିଲେ।

କେବଳ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ନୁହେଁ, ଅନ୍ୟନ୍ୟ ସ୍ଥାନରେ ମଧ୍ୟ ଏହି ମିଠା ବଣ୍ଟନ କରାଯାଇଛି। ଯେଉଁଠି ମିଠା ବଣ୍ଟନ କରାଯାଇଛି, ଲଦାଖର ଚୁଶୁଲ ମୋଲଡୋ, ସିକିମର ନାଥୁ ଲା, ଅରୁଣାଚଳର ବୁମଲା ଏବଂ ଅନ୍ୟାନ୍ୟ ସ୍ଥାନରେ ମିଠା ବଣ୍ଟନ କରାଯାଇଛି। ସେନା ସୂତ୍ରରୁ ପ୍ରକାଶ ଯେ ୫ଟି ବିଏମପି ପଏଣ୍ଟରେ ମିଠା ଆଦାନ ପ୍ରଦାନ କରାଯାଇଥିଲା।

କେବଳ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ନୁହେଁ, ଅନ୍ୟନ୍ୟ ସ୍ଥାନରେ ମଧ୍ୟ ଏହି ମିଠା ବଣ୍ଟନ କରାଯାଇଛି। ଯେଉଁଠି ମିଠା ବଣ୍ଟନ କରାଯାଇଛି, ଲଦାଖର ଚୁଶୁଲ ମୋଲଡୋ, ସିକିମର ନାଥୁ ଲା, ଅରୁଣାଚଳର ବୁମଲା ଏବଂ ଅନ୍ୟାନ୍ୟ ସ୍ଥାନରେ ମିଠା ବଣ୍ଟନ କରାଯାଇଛି।

ଜୁନ୍ ୨୦୨୦ରେ ଗଲୱାନ ଉପତ୍ୟକାରେ ଭୟଙ୍କର ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ବିଗତ କିଛି ଦଶନ୍ଧି ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ଏହା ସବୁଠାରୁ ଗମ୍ଭୀର ସାମରିକ ସଂଘର୍ଷ ଥିଲା। ଅନେକ ପର‌୍ୟ୍ୟାୟ ଧରି ଆଲୋଚନା ପରେ ଅକ୍ଟୋବର ୨୧ରେ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ବିବୃତିରେ କହିଥିଲେ ଯେ ଦୁଇ ପକ୍ଷ ମଧ୍ୟରେ ସାମରିକ ବିବାଦ ଆରମ୍ଭ ହେବା ପୂର୍ବ ସ୍ଥିତିକୁ ଫେରିବେ । ଏହାସହିତ ଭାରତ ଏବଂ ଚୀନ୍ ସୈନିକମାନେ ସମାନ ଭାବରେ ପାଟ୍ରୋଲିଂ କରିବାକୁ ସକ୍ଷମ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe