କେରଳବାସୀଙ୍କୁ ସାହାଯ୍ୟ କରିବା ପାଇଁ ନବଦମ୍ପତି ଆପଣାଇଲେ ଅଭିନବ ଉପାୟ, ଉପହାର ଭାବେ ଅତିଥିଙ୍କୁ ଆଣିବାକୁ କହିଲେ ରିଲିଫ୍‌ ସାମଗ୍ରୀ

Advertisment
କେରଳବାସୀଙ୍କୁ ସାହାଯ୍ୟ କରିବା ପାଇଁ ନବଦମ୍ପତି ଆପଣାଇଲେ ଅଭିନବ ଉପାୟ, ଉପହାର ଭାବେ ଅତିଥିଙ୍କୁ ଆଣିବାକୁ କହିଲେ ରିଲିଫ୍‌ ସାମଗ୍ରୀ

jansatta.com

ଥିରୁବନନ୍ତପୁରମ : କେରଳରେ ଉପୁଜିଥିବା ବନ୍ୟା ପରିସ୍ଥିତି ପାଇଁ ସାରା ଦେଶ ଏବେ ଚିନ୍ତାରେ । କେରଳକୁ ପୂର୍ବ ପରି ଗଢ଼ିବା ପାଇଁ ସାରା ଦେଶ ଏବେ ଚେଷ୍ଟା ଚଳାଇଥିବା ଦେଖାଯାଇଛି । ତେବେ କେରଳରେ ଯେଉଁ ଲୋକମାନେ ବନ୍ୟାର ସାମ୍ନା କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେରଳର ଏକ ନବଦମ୍ପତି ।

publive-image manahotels.in

ସୂଚନା ମୁତାବକ, ଅଗଷ୍ଟ ୧୭ରେ କେରଳରେ ବନ୍ୟାର ପ୍ରଭାବ ପଡ଼ି ନ ଥିବା ବଜହୁଥାକାଣ୍ଡ ନାମକ ଏକ ଅଞ୍ଚଳରେ ଶରତ ଏସ୍‌ ନାୟର ଏବଂ ଶ୍ରଦ୍ଧା ଥମ୍ପି ବିବାହ କରିଥିଲେ । ନିଜ ରାଜ୍ୟର ଅନେକ ଭାଗରେ ବନ୍ୟା ପରିସ୍ଥିତି ପାଇଁ ଲୋକମାନେ ହନ୍ତସନ୍ତ ହେଉଥିବାରୁ ସେମାନେ ନିଜ ବିବାହକୁ ଜାକଜମକରେ ନ କରିବା ସହ ଅତିଥିମାନଙ୍କୁ ଉପହାର ଆକାରରେ ରିଲିଫ୍‌ ସାମଗ୍ରୀ ଆଣିବାକୁ କହିଥିଲେ । ଏ ନେଇ ବିବାହ ପୂର୍ବ ଦିନ ଅତିଥିମାନଙ୍କର ଏକ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ତିଆରି କରିଏହି ସୂଚନା ଦେଇଥିଲେ ଶରତ ଏବଂ ଶ୍ରଦ୍ଧା । ବିବାହ ପରେ ଦିନ ଆସିଥିବା ଅତିଥି ଉପହାରରେ ପିଇବା ପାଣି,କପଡ଼ା,ଖାଇବା,ଔଷଧ,ଚାଉଳ ଏବଂ କିଛି ଟଙ୍କା ଉପହାରରେ ଦେଇଥିଲେ । ଯାହାକୁ ପରେ ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କୁ ପଠାଇ ଦିଆ ଯାଇଥିଲା । ଏହି ଖବର ପ୍ରସାର ହେବା ପରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଅଛନ୍ତି ଏହି ଯୋଡ଼ି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe