୬୦ତମ ଜନ୍ମଦିନରେ ୬୦,୦୦୦କୋଟି ଟଙ୍କା ସମାଜ କଲ୍ୟାଣ ଲାଗି ଖର୍ଚ୍ଚ କରିବେ ଗୌତମ ଆଦାନୀ

Advertisment
୬୦ତମ ଜନ୍ମଦିନରେ  ୬୦,୦୦୦କୋଟି ଟଙ୍କା ସମାଜ କଲ୍ୟାଣ ଲାଗି ଖର୍ଚ୍ଚ କରିବେ ଗୌତମ ଆଦାନୀ

ମୁମ୍ୱାଇ: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ସାମାଜିକ କଲ୍ୟାଣ ପାଇଁ ୭.୭ ବିଲିୟନ ଡ଼ଲାର୍ ଅର୍ଥାତ ୬୦,୦୦୦ କୋଟି ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟଙ୍କା ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଖର୍ଚ୍ଚ ହେବ। ଆସନ୍ତାକାଲି ସେ ୬୦ବର୍ଷରେ ପାଦ ଦେବା ସହ ସମାଜର କଲ୍ୟାଣ ପାଇଁ ୬୦,୦୦୦ କୋଟି ଟଙ୍କା ଦାନ କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଶିଳ୍ପପତି ଗୌତମ ଆଦାନୀ ଆଜି ଏକ ଟୁଇଟ୍ କରି କହିଛନ୍ତି ଯେ ଦାନ କରାଯାଇଥିବା ଟଙ୍କା ସ୍ୱାସ୍ଥ୍ୟସେବା, ଶିକ୍ଷା ତଥା ଦକ୍ଷତା ବିକାଶର ପ୍ରୋତ୍ସାହନ ପାଇଁ ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଖର୍ଚ୍ଚ ହେବ, ଯାହା ଦ୍ବାରା ଶକ୍ତିଶାଳୀ ଭାରତ ଗଠନ କରାଯାଇପାରିବ। ଭାରତୀୟ କର୍ପୋରେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏତେ ଟଙ୍କା ଏକ ଫାଉଣ୍ଡେସନ ମାଧ୍ୟମରେ ଖର୍ଚ୍ଚ କରାଯାଉଛି । ପୂୂର୍ବରୁ କେବେ ଏପରି ହୋଇ ନଥିଲା। ଏହି ତିନୋଟି କ୍ଷେତ୍ରରେ ପାଣ୍ଠି ଆବଣ୍ଟନ ନିର୍ଦ୍ଧାରଣ କରିବାକୁ ଆମେ ଆସନ୍ତା ମାସରେ ତିନୋଟି ବିଶେଷଜ୍ଞ କମିଟି ଗଠନ କରିବୁ। ଏହି କମିଟି‌ରେ ଆଦାନୀ ପରିବାରର ସଦସ୍ୟମାନେ ସହାୟକ ଭୂମିକାରେ ରହି‌ବେ।

ତେବେ ଗତ କିଛି ଦିିନ ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତିି ବଢ଼ିଛି। ଅନେକ ଥର ସେ ମୁକେଶ ଅମ୍ବାନୀଙ୍କୁ ଟକ୍କର ଦେଇ ଦେଶର ସର୍ବଶ୍ରେଷ୍ଠ ଧନୀ ହୋଇଛନ୍ତି। ଏକ ବର୍ଷ ମଧ୍ୟରେ ଗୌତମ ଆଦାନୀଙ୍କର ସର୍ବାଧିକ ସମ୍ପତ୍ତି ବୃଦ୍ଧି ପାଇଛି। ଗତବର୍ଷ ସେ ନିଜ ସମ୍ପତ୍ତି ୪୯୦୦ କୋଟି ଡଲାର ବଢ଼ାଇଛନ୍ତି ଯାହା ସାରା ବିଶ୍ବରେ ସର୍ବାଧିକ ବୋଲି ବିଚାର କରାଯାଉଛି। ସମ୍ପତ୍ତି ବଢ଼ାଇବାରେ ସେ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ଓ ଦ୍ବିତୀୟ ଶ୍ରେଷ୍ଠ ଧନୀ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ଗତ ୧୦ ବର୍ଷରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୪୦୦% ବଢ଼ିଥିବା ବେଳେ ଆଦାନୀଙ୍କ ସମ୍ପତ୍ତି ୧୮୩୦% ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe