ଭେଣ୍ଟିଲେଟରରେ ୮୫ ପ୍ରତିଶତ ରୋଗୀଙ୍କ ପ୍ରାଣ ଯାଉଛି

Advertisment
ଭେଣ୍ଟିଲେଟରରେ ୮୫ ପ୍ରତିଶତ ରୋଗୀଙ୍କ ପ୍ରାଣ ଯାଉଛି

CNN.com

ନୂଆଦିଲ୍ଲୀ: ଭାରତରେ ଭେଣ୍ଟିଲେଟର ବ୍ୟବହାର କରି ମଧ୍ୟ କୋଭିଡ ମୃତ୍ୟୁ ହାର ବୃଦ୍ଧି ପାଇଛି। ଏହା ଏବେ ଡାକ୍ତରମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବାଙ୍ଗାଲୋର ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ବିଏମ୍‌ସିଆର୍‌ଆଇ) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଭେଣ୍ଟିଲେଟର ବ୍ୟବହାର ସତ୍ତ୍ବେ ମୃତ୍ୟୁ ହାର ଅଧିକ ବୋଲି ଜଣାପଡ଼ିଛି। ଜୁଲାଇ ୧୩ ସୁଦ୍ଧା ମୋଟ ୯୦ ଜଣ କୋଭିଡ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖା‌ଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ଏହି ୯୦ ଜଣ ରୋଗୀଙ୍କ ମଧ୍ୟରୁ ମାତ୍ର ଜଣେ ରୋଗୀ ସୁସ୍ଥ ହୋଇଥିବାବେଳେ ୮୯ ରୋଗୀଙ୍କର ମୃତ୍ୟୁ ହୋଇଛି।

ମୃତ୍ୟୁବରଣ କରିଥିବା ରୋଗୀଙ୍କ ବୟସ ୨୦ରୁ ୭୦ ମଧ୍ୟରେ। ସବୁଠୁ ବଡ଼ କଥା ହେଉଛି, ଏହି ରୋଗୀମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଇଥିଲା। ମାତ୍ର, ଭେଣ୍ଟିଲେଟର ସତ୍ତ୍ବେ ଏମାନଙ୍କୁ ବଞ୍ଚାଇ ରଖିବା ସମ୍ଭବପର ହୋଇନାହିଁ ବୋଲି ବିଏମ୍‌ସିଆର୍‌ଆଇର ନିର୍ଦ୍ଦେଶକ ଡାକ୍ତର ସି.ଆର୍‌. ଜୟନ୍ତୀ କହିଛନ୍ତି। ଭେଣ୍ଟିଲେଟରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟଣା କେବଳ ବିଏମ୍‌ସିଆର୍‌ଆଇରେ ଘଟିନାହିଁ ବରଂ ଦେଶର ଅନ୍ୟାନ୍ୟ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଘଟୁଛି ବୋଲି ଡାକ୍ତର ଜୟନ୍ତୀ ସ୍ପଷ୍ଟ କରିଛନ୍ତି। ପଟିଆଲାର ଏକ ହସ୍ପିଟାଲରେ ଗତ ଜୁନ୍‌ ମାସରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବାବେଳେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଶତକଡ଼ା ୮୫ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଛନ୍ତି ବୋଲି ବିଏମ୍‌ସିଆରଆଇ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe