ଭିଡିଓ ଜାରି କରି ପାକ୍‌ ସେନାର ମୁଖା ଖୋଲିଲା ଭାରତ; ନିଜ ଜୀବନକୁ ପାଣି ଛଡ଼ାଇ ଭାରତୀୟ ସେନା କରୁଛି ପାକ୍‌ର ସବୁ ଉଦ୍ୟମକୁ ପଣ୍ଡ

Advertisment
ଭିଡିଓ ଜାରି କରି ପାକ୍‌ ସେନାର ମୁଖା ଖୋଲିଲା ଭାରତ; ନିଜ ଜୀବନକୁ ପାଣି ଛଡ଼ାଇ ଭାରତୀୟ ସେନା କରୁଛି ପାକ୍‌ର ସବୁ ଉଦ୍ୟମକୁ ପଣ୍ଡ

News Nation

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ସୀମାନ୍ତରେ ଜାରି ରଖିଥିବା କାରନାମାର ଏକ ଭିଡିଓ ଜାରି କରି ଆଜି ପାକ୍‌ ସେନାର ମୁଖା ଖୋଲି ଦେଇଛି ଭାରତୀୟ ସେନା। ପାକିସ୍ତାନୀ ସେନା ଏବେ କିଭଳି ‘ଔଷଧ ବିକଳରେ ତାଟିଆ କାମୁଡ଼ିବା’ ସଦୃଶ ଆଚରଣ ପ୍ରଦର୍ଶନ କରୁଛି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ହତୋତ୍ସାହିତ ହୋଇପଡ଼ିଥିବା ପାକିସ୍ତାନୀ ସେନା ଏବେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତରେ ଥିବା ସେନା ପୋଷ୍ଟଗୁଡ଼ିକ ଉପରେ ଖାଲି ଗୁଳିଗୋଳା ମାଡ଼ କରୁନାହିଁ ବରଂ ସୀମାନ୍ତବର୍ତ୍ତୀ ଭାରତୀୟ ଜନବସତିଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରି ଦେଇଛି। ଆଉ ଭାରତୀୟ ସେନା ନିଜ ଜୀବନକୁ ପାଣି ଛଡ଼ାଇ ପାକ୍‌ ସେନାର ଏ ଉଦ୍ୟମକୁ ପଣ୍ଡ କରୁଥିବା ଦେଖିବାକୁ ମିଳିଛି ଭିଡିଓରେ।

ଜମ୍ମୁ- କଶ୍ମୀର ସୀମାନ୍ତର ପୁଞ୍ଚ ସେକ୍ଟର ନିକଟବର୍ତ୍ତୀ କରମରା ଗ୍ରାମର ଜନବସତି ଉପରକୁ ଅସ୍ତ୍ରବିରତି ଉଲ୍ଲଂଘନ କରି ଦୁଇଦିନ ତଳେ ଅନବରତ ମୋର୍ଟାର ମାଡ଼ କରିଥିଲା ପାକ୍‌ ସେନା। ତେବେ, କୌଣସି ଭାରତୀୟ ନାଗରିକ ପାକ୍‌ ସେନାର ମୋର୍ଟାର ମାଡ଼ରେ ପ୍ରାଣ ହରାଇବା ପୂର୍ବରୁ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକ୍‌ ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିଥିଲେ। ପରେ ୧୨୦ ଏମ୍‌ ଏମ୍‌ର ମୋର୍ଟାର ଗୁଡ଼ିକୁ ନେଇ ବିସ୍ଫୋରଣ କରିବା ପୂର୍ବରୁ ନିଷ୍କ୍ରିୟ କରି ଦେଇଥିଲେ। ଭାରତୀୟ ସେନା କିପରି ଭାବେ ନିଜ ଜୀବନକୁ ପାଣି ଛଡ଼ାଇ ପାକ୍‌ ସେନାର ମୋର୍ଟାରଗୁଡ଼ିକୁ ବିସ୍ଫୋରଣ କରିବା ପୂର୍ବରୁ ନିଷ୍କ୍ରିୟ କରିଥିଲେ ତାହା ଦେଖିବାକୁ ମିଳିଛି ଏହି ଭିଡିଓରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe