ଜମ୍ମୁ ଓ କଶ୍ମୀର: ଘରକୁ ଯାଉଥିବା ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ ହତ୍ୟା କଲେ ଆତଙ୍କବାଦୀ

Advertisment
ଜମ୍ମୁ ଓ କଶ୍ମୀର: ଘରକୁ ଯାଉଥିବା ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସିଆଇଡି ବିଭାଗରେ ନିଯୁକ୍ତ ଜଣେ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେବାର କେତେ ଘଣ୍ଟା ପରେ, ରବିବାର ଅପରାହ୍ଣରେ ପୁଲ୍‌ଓ୍ଵାମା ଜିଲ୍ଲାରେ ହତ୍ୟା କରାଯାଇଛି।

ନିହତ ଅଧିକାରୀଜଣକ ୩୦ ବର୍ଷିୟ ଇମ୍‌ତିୟାଜ୍‌ ଅହମଦ ତାଙ୍କ ଘରକୁ ଯିବା ବାଟରେ ଓ୍ଵାହିବଗ୍‌ ଠାରେ ଆତଙ୍କବାଦୀମାନେ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ। ସେମାନେ ତାଙ୍କୁ ନିକଟରେ ଥିବା ଏକ ନିକାଞ୍ଚନ ଅଞ୍ଚଳକୁ ନେଇ ଗୁଳି ମାରି ହତ୍ୟା କରିଥିଲେ। ସନ୍ଧ୍ୟା ବେଳେ ରୁଶ୍‌ମୀ ନାଳ ଅଞ୍ଚଳରୁ ପୁଲିସ ତାଙ୍କ ଗୁଳିବିଦ୍ଧ ଶବ ଉଦ୍ଧାର କରିଥିଲା।

ଖବରରୁ ଜଣାପଡ଼ିଛି ଯେ ବାପା ମାଆଙ୍କୁ ଭେଟିବାକୁ ମୀର୍‌ ପୁଲ୍‌ଓ୍ଵାମା ଜିଲ୍ଲାରେ ଥିବା ତାଙ୍କ ଗାଅାଁକୁ ଯାଉଥିଲେ। ଅବଶ୍ୟ ଆତଙ୍କବାଦୀମାନଙ୍କୁ ଭୁଅାଁବୁଲାଇବାକୁ ନିଜ ଦାଢ଼ି ଖିଅର ହୋଇ ବ୍ୟକ୍ତିଗତ ଗାଡ଼ି ଚଳାଇ ଯାଉଥିଲେ।

ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଏକମାତ୍ର ପୁତ୍ର ମୀର୍‌ ୨୦୧୦ରେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହୋଇଥିଲେ। ସେ ଦକ୍ଷିଣ କଶ୍ମୀରର ଗଣ୍ଡର୍‌ବାଲ୍‌ ଜିଲ୍ଲାରେ ପାଞ୍ଚ ବର୍ଷ ଚାକିରି କରିବା ପରେ ଗତବର୍ଷ କୁଲ୍‌ଗାମ୍‌ ଜିଲ୍ଲାକୁ ବଦଳି ହୋଇ ଯାଇଥିଲେ। ଗତ ମାର୍ଚ ମାସରେ ସେ ସିଆଇଡି ବିଭାଗକୁ ବଦଳି ହୋଇ ଥିଲେ।

ତାଙ୍କ ଯାତ୍ରା ସମ୍ପର୍କରେ ଆତଙ୍କବାଦୀଙ୍କୁ କେହି ପୂର୍ବରୁ ସୂଚନା ଦେଇଥିଲା କି, ନାହିଁ ସେ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି- ତାଙ୍କୁ ଅତର୍କିତ କରିବାକୁ ଓ୍ଵାହିବଗ୍‌ ଠାରେ ଛକି ବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe