Image Courtesy of Hindustan Times
ପୁଣେ: ସୋମବାର ଦିନ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କହିଛି ଯେ, ପରୀକ୍ଷା ସଫଳ ହେଲେ ଭାରତରେ କୋଭିଡ୍-୧୯ ଟିକା ଘରୋଇ କମ୍ପାନି ନୁହେଁ, ସରକାରୀ ନେଟ୍ୱାର୍କରେ ବଣ୍ଟନ କରାଯିବ। ଏହାଦ୍ବାରା ସମସ୍ତେ ଟିକା ପାଇପାରିବେ। ଟିକା ବଣ୍ଟନ ପ୍ରସଙ୍ଗରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ କହିଛି ଯେ, ସରକାର ଏହି ଟିକା ବଣ୍ଟନ କରିବେ, ସେଥିପାଇଁ ଲୋକେ ଏହାକୁ ବଜାରରୁ କିଣି ପାରିବେ ନାହିଁ। ଟିକା ପରୀକ୍ଷା ସଫଳ ହୋଇଯିବା ପରେ, ସରକାର ଏହାକୁ ଖରିଦ କରି ବାଣ୍ଟିବେ। ତେଣୁ ଲୋକେ ଏହାକୁ ସିଧାସଳଖ କିଣି ପାରିବେ ନାହିଁ।
ଭାରତୀୟ ପାର୍ସିମାନଙ୍କ ପାଇଁ କମ୍ପାନି ଆବଶ୍ୟକତାରୁ ଅଧିକ ଡୋଜ୍ କୋଭିଡ୍-୧୯ ଟିକା ରଖିବ ବୋଲି ବିଶ୍ବର ସର୍ବବୃହତ୍ ଟିକା ଉତ୍ପାଦକ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଅଦର ପୁନାୱାଲା ଟୁଇଟ୍ କରିବାର ଦିନକ ପରେ ଉପରୋକ୍ତ ସ୍ପଷ୍ଟିକରଣ ଆସିଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ପୁନାୱାଲା ପାର୍ସି ସମ୍ପ୍ରଦାୟର। ରବିବାର ଦିନ ଉଦ୍ୟୋଗୀ ରୋନି ସ୍କ୍ରୁୱାଲାଙ୍କ ‘ସ୍ପେସାଲ୍ କ୍ବୋଟା ଫର୍ ପାର୍ସି’ ଟୁଇଟ୍ର ଜବାବ ଦେଇ ପୁନାୱାଲା ଲେଖିଥିଲେ ପାର୍ସିଙ୍କ ପାଇଁ ଆବଶ୍ୟକ ଠାରୁ ଅଧିକ ଟିକା ରଖାଯିବ।
 Image Courtesy of Hindustan Timesଆଜି ଏକ ଲିଖିତ ବିବୃତିରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ କହିଛି, ତାହା ଥିଲା ଦୁଇ ଜଣ ପାର୍ସିଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଆଳାପ। ଟିକା ପ୍ରସ୍ତୁତ ହୋଇଗଲେ ସମସ୍ତେ ପାଇବେ। ଏତେ ଶୀଘ୍ର ଟିକା ବିଷୟରେ କିଛି କହିବା ଠିକ୍ ନୁହେଁ।
ପରୀକ୍ଷା ସଫଳ ହେବା ପରେ ଏହି ଟିକା ଉତ୍ପାଦନ କରାଇବାକୁ ଅକ୍ସଫୋର୍ଡ ଏବଂ ତା’ର ଅଂଶୀଦାର ଆଷ୍ଟ୍ରାଜେନିକା ସିରମ୍ ଇନ୍ଷ୍ଟିଚ୍ୟୁଟ୍କୁ ଚୟନ କରିଛନ୍ତି।
  
 Follow Us