କାସଗଞ୍ଜ ହିଂସା: ୫ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ

Advertisment
କାସଗଞ୍ଜ ହିଂସା: ୫ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ

ଲକ୍ଷ୍ନୌ: ପଶ୍ଚିମ ଉତ୍ତରପ୍ରଦେଶର କାସଗଞ୍ଜ ହିଂସାର ମୁଖ୍ୟ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ସଲୀମ ଖାନ୍‌କୁ ପୁଲିସ ଗିରଫ କରିଛି। ଏଡିଜି(ଲ ଏଣ୍ଡ ଅର୍ଡର) ଏହା ସ୍ପଷ୍ଟ କରିଛନ୍ତି। ଯେଉଁ ଘର ଭିତରୁ ଚନ୍ଦନ ଗୁପ୍ତାଙ୍କୁ ଗୁଳି କରାଯାଇଥିଲା, ସେହି ଘରେ ସଲୀମ ରହୁଥିଲା। ଏଡିଜି ମୁତାବିକ ଚନ୍ଦନ ଗୁପ୍ତାଙ୍କୁ ପିସ୍ତଲ ଦ୍ୱାରା ଗୁଳି କରାଯାଇଥିଲା। ଗୁଳିକାଣ୍ଡ ସହିତ ଜଡ଼ିତ ଅନ୍ୟ ୧୧ଜଣଙ୍କୁ ପୁଲିସ ଖୋଜୁଛି।

କାସଗଞ୍ଜ ହିସା ସହିତ ଜଡ଼ିତ ଅଭିଯୁକ୍ତଙ୍କ ସମ୍ପତ୍ତି ନିଲାମ କରାଯିବାକୁ ଆଦେଶ ଜାରି କରାଯାଇଥିଲା। ୩ଜଣ ଫେରାର ଅଭିଯୁକ୍ତ ସମେତ ୧୨ ଅଭିଯୁକ୍ତଙ୍କ ସମ୍ପତ୍ତି ନେଇ ନୋଟିସ ଛପାଯାଇଥିଲା।

publive-image

ପୁଲିସ ପକ୍ଷରୁ ମଙ୍ଗଳବାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏହା ପୂର୍ବରୁ ଚନ୍ଦନ ଗୁପ୍ତାଙ୍କ ପିତା ସୁଶୀଲ ଗୁପ୍ତା ଏହି ମାମଲାରେ ୧୮ଜଣଙ୍କ ବିପକ୍ଷରେ ଅଭିଯୋଗ ଆଣିଥିଲେ। ଏଥିରେ ସଲୀମ, ଓ୍ଵସିମ, ଜାହିଦ ଉର୍ଫ ଜଗା, ଆସିଫ କୁରେଲି ଓରଫ ହିଟ୍‌ଲର୍‌, ଆସଲାମ କ୍ୟୁରେସି, ନାସିରୁଦ୍ଦିନ, ଆକରମ, ତୈଫିକ, ଖିଲ୍ଲନ, ଶବାବ, ରାହତ, ସଲମାନ, ମୋହସିନ, ଆସିଫ ଜିମ ବାଲା, ସାଦିକ ଓ ବବଲୁ ସାମିଲ ଅଛି। ଏମାନେ ସମସ୍ତେ ଗତ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ବେଳେ ଏକ ଗୋଷ୍ଠୀର ଲୋକ ତ୍ରିରଙ୍ଗା ଶୋଭାଯାତ୍ରା ବେଳେ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe