ବନ୍ଦେ ଭାରତ ଉପରକୁ ପଥର ମାଡ଼ କରି ଜଣେ ଗିରଫ, କହିଲା ‘ମଜା ଦେଖିବାକୁ ପଥର ମାରୁଥିଲି’

Advertisment
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ପୂର୍ବ ଭାରତରେ ଚାଲିବ ପ୍ରଥମ ବନ୍ଦେ ଭାରତ ଟ୍ରେନ

ଭୋପାଳ: ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର କାଚ ଭାଙ୍ଗିଦେବା ଅଭିଯୋଗରେ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସୋମବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବନମୋର ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିବା ବେଳେ ରେଳ ସୁରକ୍ଷା ବଳ (ଆରପିଏଫ) ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ତେବେ ଉକ୍ତ ବ୍ୟକ୍ତିର ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ କହିଛି ଯେ ମଜା କରିବାକୁ ସେ ଏପରି କରୁଥିଲା ।

ଗ୍ୱାଲିୟରରେ ରେଳ ସୁରକ୍ଷା ବଳ ଇନ୍ସପେକ୍ଟର ସଞ୍ଜୟ କୁମାର ଆର୍ଯ୍ୟ କହିଛନ୍ତି ଯେ ପଥରମାଡ଼ ଯୋଗୁଁ ରାଣୀ କମଳାପତି-ହଜରତ ନିଜାମୁଦ୍ଦିନ ବନ୍ଦେ ଭାରତ ଟ୍ରେନର ଏକ ଝରକା କ୍ଷତିଗ୍ରସ୍ତ ହୋଇଛି ଏବଂ ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।

ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ପୁଲିସ ରବିବାର ରାତିରେ ଫିରୋଜ ଖାନ୍ (୨୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ରେଳବାଇ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ପଚରାଉଚରା ବେଳେ ଅଭିଯୁକ୍ତ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ କରିଥିବା ସ୍ୱୀକାର କରିବା ସହ ମନୋରଞ୍ଜନ ପାଇଁ ଏପରି କରିଥିବା କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe