India Today
ନୂଆଦିଲ୍ଲୀ : ନୋଏଡ଼ାର ସେକ୍ଟର-୪୯ ସ୍ଥିତ ଓୟୋ ହୋଟେଲର ୬ ତାଲା ଛାତରୁ ଖସିପଡ଼ି ଓଡ଼ିଆ ଯୁବତୀ ପଦ୍ମିନୀ ପାଢ଼ୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ୍ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି।
ଘଟଣା ଦିନ ପୂର୍ଣ୍ଣଚନ୍ଦ୍ର ହୋଟେଲରେ ଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ରୋହନ କୁମାର ରେଡ୍ଡିଙ୍କୁ ମଧ୍ୟ ପୁଲିସ ଗିରଫ କରିବ ବୋଲି କହିଛି। ରୋହନ ରେଡ୍ଡି ଚଣ୍ଡିଗଡ଼ରେ ଚାକିରି କରୁଥିବାରୁ ପୁଲିସ ସେଠାକୁ ଯାଇ ତାଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହି ୨ ଜଣ ପଦ୍ମିନୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍କାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଘଟଣା ପରଠାରୁ ବି ଦୁଇ ଜଣ ଫେରାର୍ ହୋଇଯାଇଥିଲେ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରର ଏକ ଆଇଟି କମ୍ପାନିରେ କନସଲଟାଣ୍ଟ ଇଞ୍ଜିନିୟର ରୂପେ ପଦ୍ମିନୀ କାର୍ଯ୍ୟ କରୁଥିଲେ। ଗତ ମଙ୍ଗଳବାର ରାତିରେ ନୋଏଡ଼ାସ୍ଥିତ ଓୟୋ ହୋଟେଲର ୬ ମହଲାରୁ ତଳକୁ ଖସିପଡ଼ିଥିଲେ। ଫଳରେ, ତାଙ୍କର ମୃତ୍ୟୁ ହୋଇଥିଲା।
Follow Us