ପ୍ରତି ୧୮ ସେକେଣ୍ଡ୍‌ରେ ଜଣେ ମୃତ, ୨୪ ଘଣ୍ଟାରେ ୪,୭୦୦ରୁ ଅଧିକ

Advertisment
ପ୍ରତି ୧୮ ସେକେଣ୍ଡ୍‌ରେ ଜଣେ ମୃତ, ୨୪ ଘଣ୍ଟାରେ ୪,୭୦୦ରୁ ଅଧିକ

India TV News

ନୂଆଦିଲ୍ଲୀ : ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ଗତକାଲି ୫ ଲକ୍ଷ ଟପିଯାଇଛି। କିଛି ରାଷ୍ଟ୍ରରେ କରୋନା ମହାମାରୀ ଅତି ଭୟଙ୍କର ଭାବେ ମାଡ଼ି ଚାଲିଥିବା ବେଳେ ଆଉ କିଛି ରାଷ୍ଟ୍ରରେ ଏହା ପ୍ରଥମ ପର୍ଯ୍ୟାୟରେ ରହିଛି। ତେବେ କରୋନା ପାଇଁ ଯେଉଁ ଫୁସ୍‌ଫୁସ୍‌ ଜନିତ ଅସୁସ୍ଥତାର ଶିକାର ହେବାକୁ ପଡ଼ୁଛି ତାହା ବୟସ୍କଙ୍କ ପାଇଁ ଅତି ବିପଜ୍ଜନକ ହୋଇଛି। ଗତ କିଛି ସପ୍ତାହ ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା କମୁଥିଲେ ମଧ୍ୟ ଆମେରିକା, ଭାରତ, ବ୍ରାଜିଲ୍‌ ସମେତ ଏସିଆର କିଛି ଅଂଶରେ ନୂଆ ସଂକ୍ରମଣ ବଢ଼ୁଥିବାରୁ ଏହା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି।

ଜୁନ୍‌ ୧ରୁ ୨୭ ତାରିଖ ମଧ୍ୟରେ ହାରାହାରି ତଥ୍ୟ ଆଧାରରେ ଖବର ସରବରାହ ସଂସ୍ଥା ରଏଟର୍ସ କରିଥିବା ଗଣତିରୁ ଜଣାପଡ଼ିଛି ଯେ ପ୍ରତି ୨୪ ଘଣ୍ଟାରେ ବିଶ୍ବରେ ୪ ହଜାର ୭୦୦ରୁ ଅଧିକଙ୍କ ମୃତ୍ୟୁ ହେଉଛି। ଏହାର ଅର୍ଥ ପ୍ରତି ଘଣ୍ଟାଏରେ ୧୯୬ ଏବଂ ପ୍ରତି ୧୮ ସେକେଣ୍ଡ୍‌ରେ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି। ତେବେ ସମୁଦାୟ ମୃତ୍ୟୁର ଏକ ତୃତୀୟାଂଶ ଆମେରିକାରୁ ହେଉଛି। ଲାଟିନ୍‌ ଆମେରିକାରେ ସଂକ୍ରମଣ ମାମଲା ଗତକାଲି ୟୁରୋପ୍‌କୁ ଟପିଯାଇଛି। ଉତ୍ତର ଆମେରିକା ପରେ ଏହି ଅଞ୍ଚଳ ସର୍ବାଧିକ ପ୍ରଭାବିତ ବିବେଚିତ ହୋଇଛି। ଜାନୁଆରି ୯ ତାରିଖରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଚୀନ୍‌ର ଉହାନ୍‌ ସହରରେ ଜଣେ ୬୧ ବ‌ର୍ଷୀୟ ବ୍ୟକ୍ତି ପ୍ରଥମେ କରୋନାରେ ପ୍ରାଣ ହରାଇଥିଲେ। ତେବେ ମାତ୍ର ୫ ମାସରେ କୋଭିଡ୍‌ ମୃତ୍ୟୁସଂଖ୍ୟା ବାର୍ଷିକ ମ୍ୟାଲେରିଆ ମୃତ୍ୟୁ ‌ରେକର୍ଡକୁ ଟପିଯାିଛି। ପ୍ରତି ମାସରେ ବିଶ୍ବରେ ମୃତ୍ୟୁସଂଖ୍ୟା ହାରାହାରି ୭୮ ହଜାର ରହିଛି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ କରୋନା ନେଇ ଦିଆଯାଉଥିବା ସରକାରୀ ତଥ୍ୟ ସବୁବେଳେ ଠିକ୍‌ ହୋଇନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe