ଲୋକସଭାରେ ଆଗତ ପରେ ଜେପିସିକୁ ଗଲା 'ଏକ ଦେଶ, ଏକ ନିର୍ବାଚନ' ବିଲ୍

Advertisment

'ଏକ ଦେଶ, ଏକ ନିର୍ବାଚନ' ବିଲ୍ ଜେପିସିକୁ ପଠାଯାଇଛି। ଲୋକସଭାରେ ଗୃହରେ ଏହି ବିଲ୍ ଆଗତ ପ୍ରସ୍ତାବ ସପକ୍ଷରେ ୨୬୯ଭୋଟ୍ ପଡିଥିବାବେଳେ ଏହାର ବିରୋଧରେ ୧୯୮ ‌ଭୋଟ୍ ପଡିଥିଲା।ଏହା ପରେ ବିଲ୍‌କୁ ଉଭୟ ଗୃହର ମିଳିତ କମିଟି ନିକଟକୁ ପଠାଯାଇଛି...

'ଏକ ଦେଶ, ଏକ ନିର୍ବାଚନ' ବିଲ୍ ଜେପିସିକୁ ପଠାଯାଇଛି। ଲୋକସଭାରେ ଗୃହରେ ଏହି ବିଲ୍ ଆଗତ ପ୍ରସ୍ତାବ ସପକ୍ଷରେ ୨୬୯ଭୋଟ୍ ପଡିଥିବାବେଳେ ଏହାର ବିରୋଧରେ ୧୯୮ ‌ଭୋଟ୍ ପଡିଥିଲା।ଏହା ପରେ ବିଲ୍‌କୁ ଉଭୟ ଗୃହର ମିଳିତ କମିଟି ନିକଟକୁ ପଠାଯାଇଛି...

WhatsApp Image 2024-12-17 at 3.34.05 PM

ନୂଆଦିଲ୍ଲୀ: ଲୋକସଭାରେ 'ଏକ ଦେଶ ଏକ ନିର୍ବାଚନ' ବିଲ୍ ଆଗତ ହେବା ପାଇଁ ଭୋଟିଂ ହୋଇଛି। ବିଲ୍ ଆଗତ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧ‌ରେ ୧୯୮ ଭୋଟ୍ ପଡିଛି। ଏହା ପରେ ଏହି ବିଲ୍‌କୁ ଉଭୟ ଗୃହର ମିଳିତ କମିଟି(ଜେପିସି) ନିକଟକୁ ପଠାଯାଇଛି। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ବିସ୍ତୃତ ଆଲୋଚନା ପାଇଁ ସଂସଦର ମିଳିତ କମିଟି ନିକଟକୁ ବିଲ୍ ପଠାଇବାକୁ ଅନୁରୋଧ କରିଛନ୍ତି। 

ଏହି ବିଲ୍ ଉପରେ ଅମିତ ଶାହଙ୍କ ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ନିୟମ ୭୪ ଅନୁଯାୟୀ ସେ ଏହି ବିଲ୍ ପାଇଁ ଜେପିସି ଗଠନ ପାଇଁ ପ୍ରସ୍ତାବ ଦେବେ।

ଅଧିକ ପଢ଼ନ୍ତୁ: ପାଲେଷ୍ଟାଇନ୍‌ ପରେ ଆଜି ବାଂଲାଦେଶୀ ବ୍ୟାଗ୍‌ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe