ଲିଥୁଆନିଆରେ ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ପାର୍ସଲ ଓ କୋରିଅର୍ ସେବା ଯୋଗାଉଥିବା ଜର୍ମାନ କମ୍ପାନୀ ଡିଏଚ୍ଏଲର ଏକ ମାଲବାହୀ ବିମାନ ସୋମବାର ସକାଳେ ରାଜଧାନୀ ଲିଥୁଆନିଆର ରାଜଧାନୀ ଭିଲନିଅସ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଏୟାରପୋର୍ଟ ନିକଟରେ ଥବା ଏକ ଘର ଉପରେ ମାଡ଼ ହୋଇ ଜଳିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି।

cargo

ଭିଲନିଅସ୍: ପାର୍ସଲ ଓ କୋରିଅର୍ ସେବା ଯୋଗାଉଥିବା ଜର୍ମାନ କମ୍ପାନୀ ଡିଏଚ୍ଏଲର ଏକ ମାଲବାହୀ ବିମାନ ସୋମବାର ସକାଳେ ରାଜଧାନୀ ଲିଥୁଆନିଆର ରାଜଧାନୀ ଭିଲନିଅସ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଏୟାରପୋର୍ଟ ନିକଟରେ ଥବା ଏକ ଘର ଉପରେ ମାଡ଼ ହୋଇ ଜଳିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ଜରୁରୀକାଳୀନ ଅଧିକାରୀଙ୍କ ବୟାନ ଦେଇ ଲିଥୁଆନିଆର ସାର୍ବଜନୀନ ପ୍ରସାରଣ ସଂସ୍ଥା 'ଏଲଆରଟି' ରିପୋର୍ଟ କରିଛି ଯେ ଦୁର୍ଘଟଣା ପରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଜଣେ ମୃତ ଘୋଷଣା କରାଯାଇଥିଲା। 

ଜରୁରୀକାଳୀନ ଅଧିକାରୀଙ୍କ ବୟାନ ଦେଇ ଲିଥୁଆନିଆର ସାର୍ବଜନୀନ ପ୍ରସାରଣ ସଂସ୍ଥା 'ଏଲଆରଟି' ରିପୋର୍ଟ କରିଛି ଯେ ଦୁର୍ଘଟଣା ପରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଜଣେ ମୃତ ଘୋଷଣା କରାଯାଇଥିଲା। 

ବିମାନବନ୍ଦର ନିକଟରେ ଥିବା ଏକ ଦୁଇ ମହଲା ଘର ଉପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଲଆରଟି ସୂଚନା ଦେଇଛି। ଲିଥୁଆନିଆର ବିମାନବନ୍ଦର କର୍ତ୍ତୃପକ୍ଷ ଏହି ବିମାନଟିକୁ ଜର୍ମାନୀର ଲିପଜିଗରୁ ଭିଲନିୟସ୍ ବିମାନବନ୍ଦରକୁ ଉଡ଼ାଣ କରୁଥିବା ଏକ ଡିଏଚ୍ଏଲ୍ ମାଲବାହୀ ବିମାନ ବୋଲି ଚିହ୍ନଟ କରିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟ୍ରକ୍ ସମେତ ଭିଲନିୟସର ଜରୁରୀକାଳୀନ ସେବା ଉପସ୍ଥିତ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe