କୋଟିଏ ଶିଶୁ ଆଉ ବିଦ୍ୟାଳୟ ଫେରିବେନି!

Advertisment
ସେଲ୍‌ଟର୍‌ ହୋମ୍‌ରୁ ୨ ଶିଶୁ ନିଖୋଜ

Image Courtesy of Maalaimalar

ଲଣ୍ଡନ: କରୋନା ଭୂତାଣୁ ଜନିତ ମହାମାରୀ ଯୋଗୁ ବିଶ୍ବରେ ଏକ ଅଭୂତପୂର୍ବ ଶିକ୍ଷା ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ରହିବା ହେତୁ ପ୍ରାୟ ୯୭ ଲକ୍ଷ ଛାତ୍ରଛାତ୍ରୀ ଏଭଳି ପ୍ରଭାବିତ ହୋଇଛନ୍ତି ଯେ ସେମାନେ ଆଉ ନିଜ ନିଜର ବିଦ୍ୟାଳୟକୁ ନଫେରିବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଅପ୍ରତ୍ୟାଶିତ ସ୍ଥିତି ସମ୍ପର୍କରେ 'ସେଭ୍ ଦି ଚିଲ୍‌ଡ୍ରେନ୍‌' ନାମକ ଶିଶୁମଙ୍ଗଳ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଇଙ୍ଗର ଆସିଙ୍ଗ ସୋମବାର ସତର୍କ କରାଇ ଦେଇଛନ୍ତି। ବ୍ରିଟେନ୍‌ର ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁନେସ୍କୋ ତଥ୍ୟକୁ ଉଦ୍ଧାର କରି କହିଛି ଯେ ଗତ ଏପ୍ରିଲ ମାସରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବା ଲାଗି ବିଶ୍ବବ୍ୟାପୀ ପ୍ରାୟ ୧୬୦ କୋଟି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍କୁଲ୍‌ କଲେଜ ଯିବା ବନ୍ଦ କରିଦିଆଯାଇଛି, ଯାହା କି ମୋଟ ଛାତ୍ରଛାତ୍ରୀଙ୍କର ୯୦ ପ୍ରତିଶତ। ମାନବ ଇତିହାସରେ ପ୍ରଥମ ଥର ଲାଗି ବିଶ୍ବ ତମାମ ଶିଶୁମାନଙ୍କ ଶିକ୍ଷାରେ ଏପରି ବ୍ୟାଘାତ ସୃଷ୍ଟି ହୋଇଛି। ସେହିପରି କୋଭିଡ୍ ଯୋଗୁଁ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ବିଶ୍ବବ୍ୟାପୀ ୯ କୋଟିରୁ ୧୧.୭ କୋଟି ଶିଶୁଙ୍କୁ ଅଭାବ ଅନଟନ ମଧ୍ୟକୁ ଟାଣିନେଇଛି।

ଏହା ଦ୍ବାରା ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ମଧ୍ୟ ଭୀଷଣ ଭାବରେ ପ୍ରଭାବିତ ହେବ। ନିଜ ପରିବାରର ସାମ୍ପ୍ରତିକ ସ୍ଥିତିକୁ ସହଯୋଗ କରିବା ଲାଗି ଅନେକ କିଶୋର ଶିକ୍ଷା ଦୀକ୍ଷା ଛାଡ଼ି କାମ କରି ଅର୍ଥ ଉପାର୍ଜନ କରିବାକୁ ପସନ୍ଦ କରିବେ। ସେହିପରି ଘରର ବୋଝ କମାଇବା ଲାଗି କିଶୋରୀମାନଙ୍କୁ ମଧ୍ୟ ଶୀଘ୍ର ବିବାହ କରିବାକୁ ଅଭିଭାବକମାନେ ବାଧ୍ୟ ହେବେ। ଏହା ଦ୍ବାରା ବିଦ୍ୟାଳୟମାନଙ୍କୁ ପ୍ରାୟ ୯୭ ଲକ୍ଷ ଛାତ୍ରଛାତ୍ରୀ ସ୍ଥାୟୀ ଭାବରେ ଆଉ ଫେରିବେନି ବୋଲି ଆକଳନ କରାଯାଉଛି। ଅପରପକ୍ଷେ, କୋଭିଡ୍‌ ଯୋଗୁଁ ଦେଖାଦେଇଥିବା ଆର୍ଥିକ ସଂକଟ ମଧ୍ୟ ୨୦୨୧ ମସିହା ସୁଦ୍ଧା ସ୍ବଳ୍ପ ଓ ମଧ୍ୟମ ଆୟବର୍ଗର ରାଷ୍ଟ୍ରମାନଙ୍କର ଶିକ୍ଷା ଅନୁଦାନରେ ୭,୭୦୦ କୋଟି ଡଲାର ହ୍ରାସ ଘଟାଇବ। ସୁତରାଂ ସଂପୃକ୍ତ ଶିଶୁମାନଙ୍କୁ ପୁଣି ବିଦ୍ୟାଳୟାଭିମୁଖୀ କରିବା ଲାଗି ବିଭିନ୍ନ ସରକାର ଏବଂ ପୃଷ୍ଠପୋଷକମାନେ ବ୍ୟାପକ ଅର୍ଥ ବିନିଯୋଗ ପାଇଁ 'ସେଭ୍ ଦି ଚିଲ୍‌ଡ୍ରେନ' ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe