ଦିନେ ଜଣେ ହିଜାବ ପରିହିତା ମହିଳା ଭାରତର ପ୍ରଧାନମନ୍ତ୍ରୀ ହେବେ : ଓଓ୍ବୈସି

ଦିନେ ଜଣେ ହିଜାବ ପରିହିତା ମହିଳା ଭାରତର ପ୍ରଧାନମନ୍ତ୍ରୀ ହେବେ : ଓଓ୍ବୈସି

ହାଇଦ୍ରାବାଦ: ଦିନେ ହିଜାବ ପିନ୍ଧିଥିବା ଜଣେ ମୁସଲମାନ ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଛନ୍ତି ହାଇଦ୍ରାବାଦର ଲୋକସଭା ପ୍ରାର୍ଥୀ ତଥା ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍)ର ସଭାପତି ଅସଦୁଦ୍ଦିନ ଓୱେସି।

ଏକ ଦୈନିକ ଇଂରାଜୀ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଅସଦୁଦ୍ଦିନ ଓୱେସିଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ ଆପଣ ଭାବୁଛନ୍ତି କି ଭାରତକୁ ଭବିଷ୍ୟତରେ ଜଣେ ମୁସଲମାନ ପ୍ରଧାନମନ୍ତ୍ରୀ ମିଳିବ? ଏହାର ଜବାବରେ ସେ କହନ୍ତି, 'ଇନଶାଲ୍ଲାହ, ହିଜାବ ପିନ୍ଧି ଜଣେ ମହିଳା ଏହି ମହାନ ରାଷ୍ଟ୍ରର ନେତୃତ୍ୱ ନେବେ। ସମୟ ଆସିବ। ବୋଧହୁଏ ମୁଁ ସେହି ଦିନକୁ ଦେଖିବାପାଇଁ ବଞ୍ଚିବି ନାହିଁ, କିନ୍ତୁ ଇନଶାଲ୍ଲାହ ଏହା ହେବ।

ମୋଦୀ କଣ ୭୫ ବର୍ଷ ବୟସରେ ବିଦାୟ ନେବେ ?

ଏହାବ୍ୟତୀତ ତାଙ୍କୁ ଏକ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା ଯେ ନରେନ୍ଦ୍ର ମୋଦୀଙ୍କ ପରେ ବିଜେପିର କ'ଣ ହେବ? ଏବେ ତାଙ୍କୁ ୭୩ ବର୍ଷ ହୋଇଛି, ତାଙ୍କ ଉତ୍ତରାଧିକାରୀ କିଏ ହେବ? ଏହାର ଜବାବରେ ଏଆଇଏମ୍ଆଇଏମ୍ ମୁଖ୍ୟ କହିଛନ୍ତି, ଆପଣମାନେ ଭାବୁଥିବେ ଯେ ୭୫ ବର୍ଷ ପରେ ମୋଦୀ ଚାଲିଯିବେ, କିନ୍ତୁ ମୁଁ ଆଦୌ ଭାବୁନାହିଁ। ସେ ସେଭଳି ଯିବେ ନାହିଁ। ମୋଦୀଙ୍କୁ ରାଜନୈତିକ ମୈଦାନରେ ପରାସ୍ତ କରିବାକୁ ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe