ରିଲ୍‌ ବନାମ ରିୟଲ: ‘ନାୟକ’ଚଳଚ୍ଚିତ୍ରରେ ଅନୀଲ ହୋଇଥିଲେ ଦିନିକିଆ ମୁଖ୍ୟମନ୍ତ୍ରୀ, ଛତିଶଗଡ଼ରେ ମେଧାବୀ ହେଲେ ଦିନିକିଆ ଜିଲ୍ଲାପାଳ

ରିଲ୍‌ ବନାମ ରିୟଲ: ‘ନାୟକ’ଚଳଚ୍ଚିତ୍ରରେ ଅନୀଲ ହୋଇଥିଲେ ଦିନିକିଆ ମୁଖ୍ୟମନ୍ତ୍ରୀ, ଛତିଶଗଡ଼ରେ ମେଧାବୀ ହେଲେ ଦିନିକିଆ ଜିଲ୍ଲାପାଳ

ମୁମ୍ବାଇ: ଅନୀଲ କପୁର୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ନାୟକ’ ଦେଖିଛନ୍ତି। ଯଦି ଦେଖିଥାନ୍ତି ତେବେ ଜାଣିଥିବେ ଯେ କିଭଳି ଭାବେ ସେ ଦିନଟିଏ ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ଅବସ୍ଥା ସୁଧାରି ଦେଇଥିଲେ। ଏବେ ସେଭଳି ଏକ ଘଟଣା ବାସ୍ତବରେ ଦେଖିବାକୁ ମିଳିଛି। ମାତ୍ର ମୁଖ୍ୟମନ୍ତ୍ରୀ ନୁହେଁ ଜିଲ୍ଲାପାଳ ଭାବେ ଜଣେ ମେଧାବୀ ଗୋଟାଏ ଦିନ ପାଇଁ ନିଯୁକ୍ତ ହୋଇଛନ୍ତି।

ତେବେ ଘଟଣାଟି ହେଉଛି, ଛତିଶଗଡ଼ରେ ଥିବା ସମୁଦାୟ ୨୭ଟି ଜିଲ୍ଳାରେ ୨୭ ଜଣ ମେଧାବୀ ଛାତ୍ରଛାତ୍ରୀ ଦିନକ ପାଇଁ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଧମତରି ଜିଲ୍ଲାର ସତ୍ୟମ ସିହ୍ନା ସୁକୁମା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇ ଜିଲ୍ଲାପାଳଙ୍କ ସହ ସମସ୍ତ ସରାକାରୀ କାର୍ଯ୍ୟର ତଦାରଖ କରିଥିଲେ। ତାଙ୍କ ମା’ ଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ଜିଲ୍ଲାପାଳଙ୍କ ସହ ପରିଦର୍ଶନରେ ବାହାରିଥିଲେ ସତ୍ୟମ୍‌। ମାଓ ଅଧ୍ୟୁଷିତ ଅଂଚଳରେ ସ୍ଥିତି ପରଖିବା ପରେ ଶିକ୍ଷା ଦ୍ୱାରା ହିଁ ସୁକୁମା ପରି ମାଓ ଅଧ୍ୟୁଷିତ ଅଂଚଳରୁ ମାଓ ସମସ୍ୟାର ମୂଳପୋଛ ହୋଇପାରିବ ବୋଲି ମତ ରଖିଛନ୍ତି ସତ୍ୟମ।

publive-image

ସେହିପରି ବସ୍ତର ଜିଲ୍ଲାରେ ଦିପ୍ତି ପାଇକରା ଏବଂ ରାୟପୁରରେ ଶ୍ରୀକ୍ରିତି ଦିୱାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଂଚି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଦିନଚର୍ଯ୍ୟା କେମିତି ରହେ? କେମିତି ପ୍ରଶାସନିକ ଅଧିକାରୀ କ୍ଷେତ୍ର ପରିଦର୍ଶନ କରନ୍ତି ? ଲୋକଙ୍କ ଅଭିଯୋଗ ଶୁଣି କିଭଳି ନ୍ୟାୟ ନିଶାପ କରନ୍ତି? ତାହା ଜାଣିବାକୁ ଚାହିଁଥିଲେ ଯୁବ ଜିଲ୍ଲାପାଳ। ଯୁବ ପିଢ଼ିଙ୍କୁ ପ୍ରଶାସନିକ ସେବା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ଲାଗି ଏଭଳି ପଦକ୍ଷେପ ନେଇଛନ୍ତି ଛତିଶଗଡ଼ ସରକାର। ୟୁଥ ସ୍ପାର୍କ ନାମକ ଏକ ପ୍ରତିଯୋଗିତା ଜରିଆରେ କଲେଜ ପଢୁଥିବା ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭ ଜଣଙ୍କୁ ଚୟନ କରି ଦିନିକିଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ। ୟୁ.ପି.ଏସ.ସି ଆଶାୟୀ ପ୍ରାର୍ଥୀଙ୍କୁ ଉତ୍ସାହିତ କରିବା ସହ ପ୍ରୋତ୍ସାହନ ଯୋଗାଇବା ଲାଗି ଏପରି ପଦକ୍ଷେପ ନିଆ ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe