ଲସ୍‌ ଏଞ୍ଜେଲ୍‌ସ୍‌ ସୁପରମାର୍କେଟ୍‌ରେ ଜଣକୁ ହତ୍ୟା କରି ପଣବନ୍ଦୀ ପରିସ୍ଥିତି ସୃଷ୍ଟିକରି ଥିବା ଆତତାୟୀ ଗିରଫ

ଲସ୍‌ ଏଞ୍ଜେଲ୍‌ସ୍‌ ସୁପରମାର୍କେଟ୍‌ରେ ଜଣକୁ ହତ୍ୟା କରି ପଣବନ୍ଦୀ ପରିସ୍ଥିତି ସୃଷ୍ଟିକରି ଥିବା ଆତତାୟୀ ଗିରଫ

ଲସ୍‌ ଏଞ୍ଜେଲ୍‌ସ୍‌: ନିଜ ଜେଜି ମା’ ଓ ଅନ୍ୟ ଜଣଙ୍କୁ ଗୁଳି ମାରିଛନ୍ତି ବୋଲି କୁହାଯାଉଥିବା ଜଣେ ସଶସ୍ତ୍ର ସନ୍ଦିଗ୍ଧଙ୍କୁ ଶନିବାର ଦିନ ଗିରଫ କରାଯାଇଛି ପୋଲିସ କହିଛି। ଗୁଳି ଚଳାଇବା ପରେ ସନ୍ଦିଗ୍ଧଜଣକ ଆମେରିକୀୟ ସହର ଲସ୍‌ ଏଞ୍ଜେଲ୍‌ସ୍‌ର ଏକ ସୁପର୍‌ ମାର୍କେଟ୍‌ ପଶିଯାଇ ସେଠାରେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରିବା ସହ ପଣବନ୍ଦୀ ପରିସ୍ଥିତି ସୃଷ୍ଟି କରିଥିଲେ।

ଶନିବାର ଅପରାହ୍ଣରେ ଟ୍ରେଡର୍‌ ଜୋ’ ନାମକ ସୁପର୍‌ ମାର୍କେଟ୍‌ରେ ପଶି କିଛି ଲୋକଙ୍କୁ ପଣପନ୍ଦୀ ରଖିଥିବା ସେ ସନ୍ଦିଗ୍ଧ ବ୍ୟକ୍ତିଜଣଙ୍କୁ ପୁଲିସ ଅଧିକାରୀମାନେ ଘେରି ଯାଇଥିଲେ। ସେଠାରୁ ତାକୁ ଧରି ନେବା ସମୟରେ ତା’ ହାତରେ ହାତକଡ଼ି ପଡ଼ିଥିବା ଲୋକେ ଦେଖିଥିଲେ।

ସୁପର୍‌ ମାର୍କେଟ୍‌ରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା କଥା ଲସ୍‌ ଏଞ୍ଜେଲ୍‌ସ୍‌ ମେୟର୍‌ ଏରିକ୍‌ ଗାର୍ସେଟି କହିଛନ୍ତି।

ସୁପର୍‌ ମାର୍କେଟ୍‌ରେ ପଶିବା ପୂର୍ବରୁ ସେଦିନ ସେ ବ୍ୟକ୍ତିଜଣକ ନିଜ ଜେଜି ମା’ ଏବଂ ବାନ୍ଧବୀଙ୍କୁ ଗୁଳି ମାରିଥିଲେ। ତା’ପରେ ସେ ସହର ମଧ୍ୟ ଦେଇ ଏକ କାର୍‌ରେ ଖସି ପଳାଉଥିବା ବେଳେ ପୁଲିସ ତାଙ୍କର ପିଛା କରୁଥିଲେ।

ସୁପର୍‌ ମାର୍କେଟ୍‌ ବାହାରେ ଆତତାୟୀଙ୍କ କାର୍‌ ଧକ୍କା ଖାଇଲା ଏବଂ ସେ ଷ୍ଟୋର୍‌ ମଧ୍ୟକୁ ପଶିଗଲେ। ପ୍ରାୟ ତିନି ଘଣ୍ଟା ପରେ ସେ ବ୍ୟକ୍ତିଜଣକ ଉପରକୁ ହାତ ଟେକି ଥିବା ୪ ଜଣ ପଣବନ୍ଦୀଙ୍କ ସହ ପଦାକୁ ଆସିଥିଲେ।

ରାଇଫଲ୍‌ଧାରୀ ପୁଲିସ ଅଧିକାରୀମାନେ ବିନା କୌଣସି ଅପ୍ରୀତିକର ପରିସ୍ଥିତିରେ ଆତତାୟୀଙ୍କୁ କାବୁ କରି ନେଇଥିଲେ।

ଲସ୍‌ ଏଞ୍ଜେଲ୍‌ସ୍‌ର ସମ୍ଭାବ୍ୟ ପଣବନ୍ଦୀ ପରିସ୍ଥିତି ଉପରେ ସେ ତୀବ୍ର ଦୃଷ୍ଟି ରଖିଥିଲେ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ମଧ୍ୟ ଟୁଇଟ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe