ନ୍ୟୁଜିଲାଣ୍ଡ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇ ଜଣେ ମୃତ, କେତେକ ଆହତ ଓ ଅନେକ ନିଖୋଜ

Advertisment
ନ୍ୟୁଜିଲାଣ୍ଡ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇ ଜଣେ ମୃତ, କେତେକ ଆହତ ଓ ଅନେକ ନିଖୋଜ

Image Source: Hindustan Times

େଓ୍ଵଲିଙ୍ଗ୍‌ଟନ୍‌: ସୋମବାର ଦିନ ନ୍ୟୁଜିଲାଣ୍ଡ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ ଘଟି ଅନ୍ୟୂନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, କେତେକ ଆହତ ହୋଇଛନ୍ତି ଏବଂ ଅନ୍ୟ କେତେକ ନିଖୋଜ ହୋଇଯାଇଛନ୍ତି। ନ୍ୟୁଜିଲାଣ୍ଡ୍‌ର ଉତ୍ତର ଦ୍ୱୀପର ପୂର୍ବ ଉପକୂଳ ସାଗର ମଧ୍ୟରେ ଅପରାହ୍ଣ ୨: ୧୧ରେ ହୋଇଥିବା ଏହି ଉଦ୍‌ଗୀରଣ ଯୋଗୁଁ ହଜାର ହଜାର ଫୁଟ୍‌ ଶୂନ୍ୟକୁ ପାଉଁଶର ବଉଦ ଉଠିଥିଲା।

ଉଦ୍‌ଗୀରଣ ବେଳେ ହ୍ଵାଇଟ୍‌ ଆଇଲାଣ୍ଡ୍‌ରୁ ତେଇଶ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନେ ‘ଓଭାସନ୍‌ ଅଫ୍‌ ଦି ସିଜ୍‌’ କ୍ରୁଜ୍‌ ଜାହାଜର ପର୍ଯ୍ୟଟକ ବୋଲି ବିଶ୍ୱାସ କରାଯାଉଥିବା କଥା ପୁଲିସ କହିଛି।

publive-image Image Source: India Today

ପ୍ରାୟ ଶହେ ଲୋକ ସେଠାରେ ଥିଲେ ବୋଲି ପୂର୍ବରୁ ଖବର ମିଳିଥିଲା।

ଉତ୍ତର ଦ୍ୱୀପ ଉପକୂଳରୁ ହ୍ଵାଇଟ୍‌ ଆଇଲାଣ୍ଡ୍‌ ପ୍ରାୟ ୫୦ କିଲୋମିଟର ଦୂର। ଆଗ୍ନେୟଗିରି ଉଦ୍‌ଗୀରଣ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପାଉଁଶ ୧୨, ୦୦ ଫୁଟ୍‌ ଉଚ୍ଚକୁ ଉଠିଥିଲା।

ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe