୫୦ ଜଣ ୟୁକ୍ରେନୀୟ ନାଗରିକଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

Advertisment
୫୦ ଜଣ ୟୁକ୍ରେନୀୟ ନାଗରିକଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ‌ହୋଇଛି । କ୍ରମାଗତ ଭାବେ ରୁଷ ଯୁକ୍ରେନ ଉପରେ ବୋମା ବିସ୍ଫୋରଣ କରି ଚାଲିଛି। ଏଭଳି ଭୟଙ୍କର ପରିସ୍ଥିତି ସମୟରେ ଅସୁସ୍ଥ ମାଆଙ୍କ ପାଇଁ ଔଷଧ ଖୋଜିବାକୁ ଯାଇଥିବା ଜଣେ ୟୁକ୍ରେନୀୟ ଡାକ୍ତରାଣୀ ରୁଷ୍‌ ସେନାଙ୍କ ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର ୫୦ ଜଣ ୟୁକ୍ରେନୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବସ ଉତ୍ତର ଇଟାଲିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଖବର ଆସିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିବା ଇଟାଲିର ଦମକଳିବାହିନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଦୁର୍ଘଟଣାଗ୍ରସ୍ତ ବସରେ ୫୦ଜଣ ଶରଣାର୍ଥୀ ବସି ଯାତ୍ରା କରୁଥିଲେ। ସମସ୍ତ ଶରଣାର୍ଥୀ ଇଟାଲିର ଦକ୍ଷିଣ ପେସ୍କାରା ଅଭିମୁଖେ ଯାତ୍ରା କରୁଥିଲେ। ଏହି ଯାତ୍ରା ସମୟରେ ବସଟି ଭାରସାମ୍ୟ ହରାଇ ଫୋରଲି ନିକଟରେ ଓଲଟି ପଡ଼ିଥିଲା ବୋଲି ଇଟାଲିର ଷ୍ଟେଟ୍ ରେଡିଓ ପକ୍ଷରୁ ପ୍ରକାଶ। ଯୁଦ୍ଧ ଯୋଗୁ ପ୍ରାୟ ୩୫୦୦୦ ୟୁକ୍ରେନୀୟ ଲୋକେ ପଡ଼ୋଶୀ ଇଟାଲିକୁ ଶରଣାର୍ଥୀଭାବେ ଯାତ୍ରା କାରିଛନ୍ତି ବୋଲି ସୂଚନା ରହିଛି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ ହୋଇଥିବା ଜଣେ ଯାତ୍ରୀଙ୍କ ନାମ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe